www.samajalive.in
Sunday, December 14, 2025
26.1 C
Bhubaneswar

ସାମୁଦ୍ରିକ ଝଡ଼ ‘ଫନି’: ସଂସ୍କୃତ ବିଶ୍ୱବିଦ୍ୟାଳୟ ଖାତା ଦେଖା ଓ ସମସ୍ତ ପରୀକ୍ଷା ବାତିଲ

ପୁରୀ: ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ମେ ୨ (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଥିବା ଶାସ୍ତ୍ରୀ ଦ୍ଵିତୀୟ ବର୍ଷ ପରୀକ୍ଷା ଖାତା ମୂଲ୍ୟାୟନ ଏବଂ ଅନ୍ୟ ସମସ୍ତ ପରୀକ୍ଷା ଓ ବୈଠକକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ. ମଧୁସୂଦନ ମିଶ୍ର ଜଣାଇଛନ୍ତି। ପୂର୍ବ ସୂଚୀ ଅନୁଯାୟୀ ମେ ୨ରୁ ହେବାକୁ ଥିବା ଶିକ୍ଷା ଶାସ୍ତ୍ରୀ ପ୍ରଥମ ବର୍ଷ ପରୀକ୍ଷା, ଶାସ୍ତ୍ରୀ ଦ୍ଵିତୀୟ ବର୍ଷ ପରୀକ୍ଷା ଖାତା ମୂଲ୍ୟାୟନ ଏବଂ ପରୀକ୍ଷା ବୋର୍ଡ ବୈଠକ, ମେ ୩ରେ ହେବାକୁ ଥିବା ଶିକ୍ଷା ଶାସ୍ତ୍ରୀ ଦ୍ଵିତୀୟ ବର୍ଷ ପରୀକ୍ଷା, ମେ ୫ରେ ହେବାକୁ ଥିବା ଶିକ୍ଷା ଶାସ୍ତ୍ରୀ ପ୍ରବେଶିକା ପରୀକ୍ଷା ଓ ମେ ୬ରେ ହେବାକୁ ଥିବା ଆଚାର୍ଯ୍ୟ ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଏ ସମ୍ପର୍କିତ ନୋଟିସ ଜାରି କରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories