www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପି ବିରୋଧରେ ଉଦ୍ଧବଙ୍କ ରଣନୀତି; ଆମେ ବୁଡ଼ିବୁ ତୁମକୁ ବି ବୁଡ଼େଇବୁ

ମୁମ୍ବଇ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବିଜେପିର ରଣନୀତି ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଚିନ୍ତାରେ ପଡିଛନ୍ତି। ନିଜେ ବୁଡ଼ିବେ ପଛେ ବିଜେପିକୁ ବି ସାଙ୍ଗରେ ନେଇ ବୁଡ଼ିବାକୁ ସେ ଚେତବାନୀ ଦେଇଛନ୍ତି। ଶିବସେନା ସରକାର ନଗଢୁ ପଛେ ବିଜେପି ଯେପରି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନପାଏ ସେଥିପ୍ରତି ଧ୍ୟାନ ଦେବାକୁ ସେ ନେତା ଓ ବିଧାୟକଙ୍କୁ କହିଛନ୍ତି। ଉଦ୍ଧବ କହିଛନ୍ତି ଯେ ଶିବସେନା ୧୨୦ ଆସନରେ ନିର୍ବାଚନ ଲଢିବ। ସେଥିମଧ୍ୟରୁ ୭୦ରୁ ୭୫ ଆସନ ଜିତିବାକୁ ଦଳ କଳ, ବଳ ଓ କୌଶଳ ଲଗାଇବ। ଗତ ବିଏମ୍‍ସି ନିର୍ବାଚନରୁ ଶିବସେନା ଏବଂ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଶିବସେନାର ଗଡ଼ କୁହାଯାଉଥିବା ମୁମ୍ବଇ ଏବଂ ଥାଣେରେ ଗତ ବିଧାନସଭା ନିର୍ବାଚନରେ ବିଜେପି ୩୬ରୁ ୧୫ ଆସନ ଓ ମହାନଗରପାଳିକା ନିର୍ବାଚନରେ ୮୨ ଆସନ ଜିତିଥିଲା। ଏହାକୁ ଦେଖି ଶିବସେନା ଚିନ୍ତାରେ ପଡିଛି। ଅଲଗା ଅଲଗା ଲଢିଲେ ଦୁଇ ଦଳର କ୍ଷତି ଘଟିବା ସୁନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରୁଥିଲେ ବି ଶିବସେନା ଏକାକୀ ଲଢିବା ଜିଦିରେ ଅଟଳ ରହିଛି। ଶିବସେନାର ଏହି ରଣନୀତିକୁ ଆମେ ବୁଡ଼ିବୁ ଓ ତୁମକୁ ବୁଡେଇ ମାରିବୁ ବୋଲି କୁହାଯାଉଛି। ଉଲ୍ଲେଖ ଯେ ୨୦୦୯ ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢିଥିଲେ। ବିଜେପି ୨୮୮ରୁ ୧୧୭ ଏବଂ ବିଜେପି ୧୭୧ ଆସନରେ ପ୍ରାର୍ଥୀ ଦେଇଥିଲେ। ମାତ୍ର ୨୦୧୪ରେ ଆସନ ଭାଗବଣ୍ଟାକୁ ନେଇ ସହମତି ନ ହେବାରୁ ଉଭୟ ଦଳ ଅଲଗା ଅଲଗା ଲଢିଥିଲେ। ମୋଦୀ ଲହରି କାରଣରୁ ବିଜେପି ୧୨୨ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲା। ପରବର୍ତ୍ତୀ ସମୟରେ ଶିବସେନା-ବିଜେପି ମେଣ୍ଟ କରି ସରକାର ଗଠନ କରିଥିଲେ। ଏବେ ବିଜେପି ଅଧା ଆସନରେ ଲଢିବାକୁ ଚାହୁଁଛି ଓ ଶିବସେନା ଏଥିରେ ରାଜି ହେଉନାହିଁ। ଏପରି ହେଲେ ଅଧା ଆସନରେ ଶିବସେନାର ପ୍ରଭାବ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories