www.samajalive.in
Thursday, December 11, 2025
26.1 C
Bhubaneswar

ଆଦି ଶଙ୍କରାଚାର୍ଯ୍ୟ ଚଳଚ୍ଚିତ୍ରର ପ୍ରଭାବ, ମୋକ୍ଷ ସନ୍ଧାନରେ ଘୁରି ବୁଲୁଛନ୍ତି ନାସାର ଇଂଜିନିୟର

ନୂଆଦିଲ୍ଲୀ : ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଜଣେ ନାସାର ଏରୋନୋଟିକାଲ ଇଂଜିନିୟଙ୍କୁ ଏପରି ପ୍ରଭାବିତ କରିଛି ଯେ ସେ ମୋକ୍ଷର ସନ୍ଧାନରେ ଘୁରି ବୁଲୁଛନ୍ତି। ଗପ ପରି ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସାରେ ଏରୋନୋଟିକାଲ ଇଂଜିନିୟର ଭାବେ କାର୍ଯ୍ୟରତ ଅରୁଣ କୁମାର କିଛି ଦିନ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପରେ ସଂସ୍କୃତ ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ର ଦେଖିଥିଲେ। ସେ ଏହି ଚଳଚ୍ଚିତ୍ରରୁ ଆଧ୍ୟାତ୍ମିକତା, ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱିତୀୟ ବେଦାନ୍ତ ଦର୍ଶନରେ ଅନୁପ୍ରାଣିତ ହୋଇ ମୋକ୍ଷ ଓ ଏହା ସମ୍ପର୍କରେ ଜାଣିବାକୁ ନିଷ୍ପତ୍ତି ଦେଇଥିଲେ। ଏହି କ୍ରମରେ ସେ ନାସାରୁ ଛୁଟି ନେଇ ମୋକ୍ଷ ସନ୍ଧାନରେ ଆସି ଭାରତରେ ପହଞ୍ଚିଛନ୍ତି। ସେ ପ୍ରତି ଦିନ ୨୦ କିଲୋମିଟର ଯାତ୍ରା କରୁଛନ୍ତି ଓ ଏହା ମଧ୍ୟରେ ସେ ୩,୦୦୦ କିଲୋମିଟର ଯାତ୍ରା ପୂରା କରିସାରିଲେଣି। ସେ ସୋମବାର ରାତିରେ ଅମ୍ବାଲାରେ ସେକ୍ଟର ୭ସ୍ଥିତ ନୀଳକଣ୍ଠ ମନ୍ଦିରରେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ସକାଳେ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ। ସେ ୬ ମାସ ତଳୁ ଛୁଟି ନେଇ ମୋକ୍ଷର ସନ୍ଧାନରେ ଆସିଛନ୍ତି। ଇତି ମଧ୍ୟରେ ସେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ହିମାଚଳପ୍ରଦେଶ ଯାତ୍ରା କରି ସାରିଛନ୍ତି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories