www.samajalive.in
Wednesday, December 10, 2025
14.1 C
Bhubaneswar

ମାନବ ଚାଲାଣ ରାକେଟ୍‍ ଠାବ, ୧୯ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ମୈଦାନଗଡ଼ି ଅଞ୍ଚଳର ଏକ ଫ୍ଲାଟରେ ଚଢଉ କରି ପୁଲିସ୍‍ ଏକ ମାନବ ଚାଲାଣ ରାକେଟର ଠାବ୍‍ କରିଛି। ସେଠାରୁ ୧୯ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬ ଜଣ ନେପାଳ ଏବଂ ୩ ଜଣ ଯୁବତୀ ଜଲପାଇଗୁଡ଼ିର ବୋଲି ଜାଣିବାକୁ ମିଳିଛି। ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବନାରସ ପୁଲିସ୍‍ କ୍ରାଇମ ବ୍ରାଞ୍ଚର ତଥ୍ୟ ଆଧାରରେ ବନାରସ ଏବଂ ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖା ମିଳିତ ଚଢଉ କରି ଏହି ରାକେଟର ପର୍ଦ୍ଦାଫାସ କରିଛନ୍ତି। ଫ୍ଲାଟରେ ରହୁଥିବା ହିସାରର ପବନ ଖୁରାନା, କାଠମାଣ୍ଡୁର ସାହୱିନ ଶାହ ଏବଂ ଉତ୍ତରପ୍ରଦେଶ ଗାଜିପୁରର ରାଜେନ୍ଦ୍ର ୧୯ ଜଣ ଯୁବତୀଙ୍କୁ ବେଆଇନ ଭାବେ ରଖିଥିଲେ। ସମସ୍ତ ଯୁବତୀଙ୍କୁ ବାଂଲାଦେଶ ଏବଂ ନେପାଳରୁ ଚାକିରି ଦେବା ପ୍ରଲୋଭନରେ ଆଣି ଆରବକୁ ଚାଲାଣ କରାଯାଉଥିଲା। ଗିରଫ ହୋଇଥିବା ୩ ଦଲାଲଙ୍କ ନିକଟରୁ ୬୮ଟି ପାସପୋର୍ଟ ଜବତ କରାଯାଇଛି। ସେଥିମଧ୍ୟରୁ ୭ଟି ପାସପୋର୍ଟ ଭାରତର ଏବଂ ଅନ୍ୟ ପାସପୋର୍ଟ ନେପାଳର। ଏହି ରାକେଟ ପ୍ରାୟ ୨ ବର୍ଷ ହେବ ଦିଲ୍ଲୀ, ଉତ୍ତରପ୍ରଦେଶ, ହାଇଦରାବାଦ ଏବଂ ଜୟପୁରରେ ସକ୍ରିୟ ଥିଲା। ଏପର୍ଯ୍ୟନ୍ତ ପ୍ରାୟ ହଜାରେ ଝିଅଙ୍କୁ ସେମାନେ ବେଆଇନ ଭାବେ ଆରବ, ଓମାନ, କୁଏତ, ଦୁବାଇ ଏବଂ ଅନ୍ୟ ଦେଶକୁ ଚାଲାଣ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories