www.samajalive.in
Friday, December 12, 2025
16.1 C
Bhubaneswar

ଶ୍ରାବଣ ମାସରେ ଶିବ ପୂଜା କଲେ, ଶାନ୍ତ ହୁଅନ୍ତି ନବଗ୍ରହ

ଶ୍ରାବଣ ମାସରେ ଶିବ ପୂଜା କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି । ଶିବ ହିଁ ସୃଷ୍ଟିର ନିୟନ୍ତ୍ରକ । ତାଙ୍କୁ ଉପାସନା କରି ପ୍ରତ୍ୟେକ କାର୍ୟ୍ୟକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ମାସରେ ଶିବଙ୍କୁ ଉପାସନା କରି ଗ୍ରହନକ୍ଷତ୍ରକୁ ସହଜରେ ଶାନ୍ତ କରା ଯାଇପାରିବ । ରାଶିରେ ଥିବା ଗ୍ରହ ସମସ୍ୟାକୁ ଦୂର କରିବା ପାଇଁ ଏହି ମାସରେ ଶିବଙ୍କୁ ପୂଜା କରନ୍ତୁ ।

ସୂର୍ୟ୍ୟ ଦେବତାଙ୍କୁ କିପରି ଶାନ୍ତ କରିବେ
ପ୍ରତି ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ସହ ମନ୍ଦାର ଫୁଲ ମଧ୍ୟ ଅର୍ପଣ କରିପାରିବେ ।

ଚନ୍ଦ୍ରଙ୍କୁ କିପରି ଶାନ୍ତ କରିବେ

ଚନ୍ଦ୍ରଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ପରେ ଧଳା ରଙ୍ଗର କୌଣସି ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ଯେକୌଣସି ଦିନରେ ଆପଣ ଏହି ଉପାୟ କରି ପାରିବେ ।

ମଙ୍ଗଳଙ୍କୁ କିପରି କରିବେ ଶାନ୍ତ

ମଙ୍ଗଳ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କର୍ପୁର ଆଳତି କରନ୍ତୁ । ଶ୍ରାବଣ ମାସରଯେକୌଣସି ମଙ୍ଗଳବାର ଏପରି କରିପାରିବେ ।

- Advertisement -
pic courtesy www.guruvayur4u.com


ବୁଧଙ୍କୁ କିପରି କରିବେ ଶାନ୍ତ

ଶ୍ରାବଣ ମାସରେ ବୁଧଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ସହ ସୁଗନ୍ଧିତ ଜଳ ଅର୍ପଣ କରି ପାରିବେ । ଶ୍ରାବଣ ମାସ ବୁଧବାର ଦିନ ଏପରି କଲେ ଲାଲଦାୟକ ହୋଇଥାଏ ।

ବୃହଷ୍ପତିଙ୍କୁ କିପରି ଶାନ୍ତ କରିବ

ବୃହଷ୍ପତିଙ୍କୁ ଶାନ୍ତ କରିବା ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗ ଥିବା ବେଦି ଉପରେ ହଳଦୀ ଲଗାନ୍ତୁ । ଶ୍ରାବଣ ମାସର ପ୍ରତି ଗୁରୁବାର ଏପରି କରନ୍ତୁ ।

ଶୁକ୍ର ଦେବତାଙ୍କୁ କିପରି କରିବେ ଶାନ୍ତ

ଶୁକ୍ରଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ । ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ। ପ୍ରତି ଶୁକ୍ରବାର ଏପରି କରନ୍ତୁ, ଶୁକ୍ର ଦୋଷ ଦୂର ହେବ ।

ଶନିଦେବଙ୍କୁ କିପରି ଶାନ୍ତ କରିବେ

ଶନିଦେବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରିବା ସହ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ପ୍ରତି ଶନିବାର ଶିବ ମନ୍ଦିରରେ ଘିଅ ଦୀପ ଜଳାନ୍ତୁ । ଏପରି କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

ରାହୁ-କେତୁ କିପରି ଶାନ୍ତ ହେବ

ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସର ଯେକୌଣସି ଦିନରେ ଶିବଲିଙ୍ଗ ଉପରେ ଜଳ ସହ ଭାଙ୍ଗ ମିଶାଇ ଅର୍ପଣ କରନ୍ତୁ । ବୁଧବାର ଦିନ ଶିବ ମନ୍ଦିରରେ ପତକା ଅର୍ପଣ କଲେ ରାହୁ-କେତୁ ଶାନ୍ତ ହୋଇଥାନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories