www.samajalive.in
Monday, December 15, 2025
26.1 C
Bhubaneswar

ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳ ଉଠା ଅନୁଷ୍ଠିତ

ସମ୍ବଲପୁର : ସମ୍ପନ୍ନ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳ ଉଠା ପର୍ବ । ସମ୍ପୂର୍ଣ୍ଣ ରୀତି ନୀତି ଅନୁଯାୟୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ଥାଳ ଉଠା ପର୍ବ ।  ଆଜି ପବିତ୍ର ଅକ୍ଷୟ ତୃତୀୟାରେ ସହରର ପ୍ରସିଦ୍ଧ ଶିବାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି ଏହି ଥାଳ ଉଠା ପର୍ବ। ଯଥା ରୀତି ନୀତି ଅନୁଯାୟୀ ନନ୍ଦପଡାର ବମ ବରାଡ଼ ବାବା ବାଲୁଙ୍କେଶ୍ୱର, ଝାଡୁଆପଡାର ଲୋକନାଥ ବାବା, ଓ ମୋଦୀପଡାର ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଆଡମ୍ବର ସହକାରେ ଥାଳଉଠା  ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷର ନୂତନ କନ୍ୟା ପିତାମାତା ,  ସ୍ଥାନୀୟ ବୁଦ୍ଧିଜୀବୀ ଓ ମନ୍ଦିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଥାଳ ଉଠିଥିଲା ଓ ଯାତ୍ରାର ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଥିଲା  । ମନ୍ଦିର କର୍ମକର୍ତ୍ତା ପୂଜକଙ୍କ ସହିତ ବିଭିନ୍ନ ପଡା ବୁଲି ପାଣ୍ଠି ସଂଗ୍ରହ ଆରମ୍ଭ କରିଥିଲେ  । ଆସନ୍ତା ମେ ମାସ ୩୧ ତାରିଖରେ ଶିବ ବିବାହ ଜୁନ ୧ ତାରିଖରେ ନବବିବାହିତ ଦେବଦମ୍ପତିଙ୍କ ନଗର ପରିକ୍ରମା ପରେ ୨ ତାରିଖରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories