www.samajalive.in
Friday, December 5, 2025
26.1 C
Bhubaneswar

୬୯୨୩.୨୬କୋଟିର ୩ଟି ପ୍ରକଳ୍ପ ମଞ୍ଜୁର

୪୬୩୮ ନିଯୁକ୍ତି ଲକ୍ଷ୍ୟ:ଶିଳ୍ପ ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟ ସରକାର ଇସ୍ପାତ ଶିଳ୍ପର ଅଭିବୃଦ୍ଧି ସାଙ୍ଗକୁ ଆଲୁମିନିୟମ ଶିଳ୍ପ ଓ ତାପଜ ବିଦ୍ୟୁତ୍ ଶକ୍ତି ଉତ୍ପାଦନକୁ ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ ବୈଠକରେ ୬୯୨୩.୨୬କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ୪୬୩୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ରହିଥିବାବେଳେ ପରୋକ୍ଷରେ ବହୁ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ବୈଠକରୁ ଜଣାଯାଇଛି।
ବୈଠକ ପରେ ଶିଳ୍ପମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ରହିଛି। ଆଜିର ବୈଠକରେ କେନ୍ଦୁଝରରେ ତ୍ରିବେଣୀ ଆର୍ଥମୁଭର ୩୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ବେନେଫିକେସନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବାବେଳେ ପାରାଦ୍ବୀପର ଭିତରଗଡ଼ଠାରେ ୨୪ମେଟ୍ରିକ ଟନର ଏକ ପ୍ୟାଲେଟ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହି ଦୁଇଟି ପ୍ରକଳ୍ପରେ ୪ହଜାର ୮ଶହ ୨୩କୋଟି ଟଙ୍କା ଖର୍ଚ୍ଚ ହେବାକୁ ରହିଥିବାବେଳେ ୧୮୩୪ଜଣଙ୍କୁ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ମିଳିବ।
ସେହିପରି ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ କେନ୍ଦୁଝରର ନୟାଗଡଠାରେ ଏକ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବ। ଏହାର କ୍ଷମତା ୧.୨ ମେଟ୍ରିକଟନ୍ ରହିବ। କମ୍ପାନୀ ୨୧୦୦କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ରଖିଥିବାବେଳେ ୨୮୦୦ଲୋକଙ୍କୁ ନିଯୁକ୍ତି ଦେବ। ଏହି ତିନୋଟି ମେଗା ପ୍ରକଳ୍ପ ଆସନ୍ତା​‌ ୩ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାକୁ ରହିଛି। ଏହାଦ୍ବାରା ରାଜ୍ୟରେ ଇସ୍ପାତ ଶିଳ୍ପ ଓ ତାପଜ ବିଦ୍ୟୁତ୍ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସହିତ ଦକ୍ଷତା କୌଶଳ ଏବଂ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories