www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଚମତ୍କାର – ଭିଏତନାମର ସମସ୍ତ ସଂକ୍ରମିତ ରୋଗୀ ଆରୋଗ୍ୟ

ସମାଜ ପୋର୍ଟାଲ ଡେସ୍କ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣର ତୀବ୍ରତାକୁ ନେଇ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ୧୬ ଜଣ ସଂକ୍ରମିତ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ଭିଏତନାମ ଘୋଷଣା କରିଛି। ଗତ କିଛି ଦିନ ମଧ୍ୟରେ ଜଣେ ୭୩ ବର୍ଷ ବୟସ୍କଙ୍କ ସମେତ ସମସ୍ତ ୧୬ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। ଭିଏତନାମରେ ଫେବୃଆରୀ ୧୩ରେ ଶେଷଥର ପାଇଁ ଉତ୍ତର ହାନୋଇରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୧୫ ଦିନ ମଧ୍ୟରେ କୌଣସି ନୂତନ ସଂକ୍ରମଣ ଚିହ୍ନଟ କରାଯାଇ ନାହିଁ।

ଭିଏତନାମର ଉପ-ପ୍ରଧାନମନ୍ତ୍ରୀ ଭୁ ଡୁକ୍ ଡ୍ୟାମଙ୍କ ଉକ୍ତିକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଯଦି କୋଭିଡ-୧୯ ସହ ଯୁଦ୍ଧ ହୋଇଥାନ୍ତା, ତେବେ ଆମେ ପ୍ରଥମ ରାଉଣ୍ଡରେ ଜିତିଥାନ୍ତୁ କିନ୍ତୁ ସମଗ୍ର ଯୁଦ୍ଧ ନୁହେଁ କାରଣ ପରିସ୍ଥିତି ଏବେ ସନ୍ଦିହାନ ରହିଛି। ଶନିବାର ସୁଦ୍ଧା ଏହି ସଂକ୍ରମଣରେ ବିଶ୍ୱ ବ୍ୟାପୀ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

- Advertisement -

ଯଦିଓ ଭିଏତନାମରେ ଏହା ଏକ ଭିନ୍ନ କାହାଣୀ ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରାଥମିକ ଅବସ୍ଥାରେ ସଙ୍କଟକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ସତର୍କତା ଗୁରୁତ୍ୱପୂର୍ଣ୍ଣ ଥିଲା। ଭିଏତନାମ ସରକାର ଘୋଷଣା କରିଛନ୍ତି ଯେ ଭାଇରସରେ ସଂକ୍ରମିତ ୧୬ତମ ତଥା ଶେଷ ରୋଗୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସୂଚନାଯୋଗ୍ୟ, ଭିଏତନାମରେ ୬ ଜଣ ଏହି ଭାଇରସରେ ଆକ୍ରାନ୍ତ ହେବ ପରେ ଫେବୃଆରୀ ୧ରେ ଆନୁଷ୍ଠାନିକ ଭାବେ କରୋନା ଭାଇରସକୁ ମହାମାରୀ ଘୋଷଣା କରିଥିଲା। ଫେବୃଆରୀ ୧୩ରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋନଲୋଇର ସମସ୍ତ ୧୦ ହଜାର ୬ ଶହ ବାସିନ୍ଦାଙ୍କୁ ୨୦ ଦିନ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟାରେ ରଖିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେଠାକାର ଉପ-ସ୍ୱାସ୍ଥ୍ୟମନ୍ତ୍ରୀ ନଗୁଏନ ଥାନ ଲଙ୍ଗ କହିଛନ୍ତି, ଏହି ସଂକ୍ରମଣର ଚିକିତ୍ସା ପାଇଁ ସେମାନେ ମୌଳିକ ନୀତି ଅନୁସରଣ କରୁଛନ୍ତି। ସଂକ୍ରମଣ ଏବଂ ଗମ୍ଭୀରତାର ସ୍ତର ଆକଳନ କରିବାକୁ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ କିଛି ପ୍ରୋଟୋକଲ୍ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories