www.samajalive.in
Sunday, December 14, 2025
16.1 C
Bhubaneswar

ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ପରିବାର, ତଦନ୍ତ କରୁଛି ହାଇଦ୍ରାବାଦ ପୁଲିସ

ସିମୁଳିଆ: ଘରର ଏକ ମାତ୍ର ରୋଜଗାରିଆ ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର। ଝିଅଟିର ଫେରିବା ବାଟକୁ ବାପା,ମା କୁନି କୁନି ଦୁଇ ଭାଇ ଚାହିଁ ରହିଛନ୍ତି । ହେଲେ ଝିଅକୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅବୁଝଣା ପଞ୍ଚାୟତ ସୋମନାଥପୁର ଗ୍ରାମର ମାୟାଧର ବାରିକଙ୍କର ଏକ ମାତ୍ର ବାଇଶି ବର୍ଷିୟା ଝିଅ ଗୀତାଞ୍ଜଳି ବାରିକ ନିଜ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଗୀତାଞ୍ଜଳି ମ୍ୟାଟ୍ରିକ ପଢିବା ପରେ ଆଜିକୁ ଚାରିବର୍ଷ ପୂର୍ବରୁ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ଏକ ଘରୋଇ ସ୍କୁଲରେ ପିଲାମାନଙ୍କ ରକ୍ଷଣାବେକ୍ଷଣ ରୂପେ କାର୍ଯ୍ୟକରୁଥିଲେ । ଯାହା ଦରମା ମିଳୁଥିଲା ବାପା ମା ଜେଜେ ମା କୁନି ଦୁଇ ଭାଇଙ୍କ ଚଳିବା ପାଇଁ ପଠାଉଥିଲେ ।

- Advertisement -

ବାପା ବି ରୋଗୀଣା ହେତୁ ରୋଜଗାର କରି ପାରୁନାହାନ୍ତି। ଝିଅର ରୋଜଗାରରେ ନିର୍ଭରଶୀଳ ଥିଲେ ପରିବାର। ହେଲେ ଶୁକ୍ରବାର ଦିନ ପରିବାରକୁ ଏକ ଫୋନ କଲ ଆସିଥିଲା । ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପରିବାର ଲୋକ ଓ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।  ଝିଅକୁ ବଳାତ୍କାର କରି ହତ୍ୟା କରାଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।

ତେବେ ଗୀତାଞ୍ଜଳୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ରହସ୍ୟ ହୋଇଛି। ଏ ଘଟଣାର ହାଇଦ୍ରାବାଦ ପୁଲିସ ଗୀତାଞ୍ଜଳିଙ୍କ ମୋବାଇଲ ଜବତ କରିବା ସହିତ ଚାରିଜଣ ଯୁବକକୁ ଅଟକ ରଖି କରି ତଦନ୍ତ ଜାରିରଖିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories