www.samajalive.in
Saturday, December 13, 2025
26.1 C
Bhubaneswar

‘ସୁସ୍ଥ ଓ ସ୍ୱଚ୍ଛ ସମ୍ବଲପୁର’ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ରବିବାର ଲାଇଫ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଚାଲୁଥିବା ‘ସୁସ୍ଥ ଓ ସ୍ୱଚ୍ଛ ସମ୍ବଲପୁର’ପ୍ରକଳ୍ପ ଅନ୍ତର୍ଗତ ଏକ ସଚେତନତା ଶିବିର ତମଲାପଡା ଠାରେ ଆୟୋଜିତ ହୋଇଯାଇଛି । ସଙ୍ଗଠନର ସଦସ୍ୟା ପ୍ରତିମା ଶର୍ମା, ସନ୍ଧ୍ୟା ଶ୍ରୀବାସ୍ତବ ଏବଂ ଆଶା ଦିଦି ଋକ୍ମଣୀ ଶର୍ମା ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଆଦି ରୋଗର କାରଣ ଓ ନିରାକରଣ ଉପରେ ସମସ୍ତଙ୍କୁ ସଚେତନ କରିବା ସହିତ ଓଆରଏସର ପ୍ରକାର, ବ୍ୟବହାର ଓ ଘରେ ତିଆରି କରିବାର ତାଲିମ ମଧ୍ୟ ଦେଇଥିଲେ । ଶେଷରେ ଉପସ୍ଥିତ ଶିଶୁ ଓ ବାଳିକାମାନଙ୍କୁ ‘ଗୁଡ୍‌ ଟଚ୍‌ ଓ ବ୍ୟାଡ୍‌ ଟଚ୍‌’ ମଧ୍ୟରେ ଥିବା ପାର୍ଥ୍ୟକ ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ମଧ୍ୟ ସଚେତନ କରିଥିଲେ । ଲାଇଫ ଇଣ୍ଡିଆ ଫାଉଣ୍ଡେସନ ଅଧ୍ୟକ୍ଷ ସ୍ୱାଗତ କୁମାର ଘଡେଇ ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନିଆଯିବା ସହିତ ଗାଁକୁ ଗାଁ ଯାଇ ମଧ୍ୟ ସ୍ୱେଚ୍ଛାସେବୀମାନେ ସଚେତନ କରାଇବେ ବୋଲି କହିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଉପସଭାପତି ସିଦ୍ଧାର୍ଥ ମହାପାତ୍ର, ସମ୍ପାଦକ ଶମ୍ଭୁ କୁଷ୍ଠାଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସକ୍ରିୟ ସହାୟତା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories