www.samajalive.in
Wednesday, December 10, 2025
15.1 C
Bhubaneswar

ଗ୍ୟାସରେ ରୋଷେଇ କରୁଥିବାବେଳେ ଦେହରେ ଲାଗିଗଲା ନିଆଁ, ମହିଳା ଗୁରୁତର

ସିମୁଳିଆ: ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇଥିଲା। ଗ୍ୟାସ ସିଲିଣ୍ଡରରୁ ନିଆଁ ବାହାରି ମହିଳାଙ୍କ ଦେହରେ ଲାଗି ଯାଇଥିଲା। ଭୟଙ୍କର ଭାବେ ନିଆଁ ଲାଗି ଯିବାରୁ ମହିଳା ଜଣକ ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତ ହାଟୁଆରୀ ଗ୍ରାମର ସ୍ବର୍ଗତ ସୁଶାନ୍ତ ଦାସଙ୍କ ସ୍ତ୍ରୀ ତୁଳସୀ ଦାସ ଆଜି  ଗ୍ୟାସରେ ରୋଷେଇ କରୁଥିବା ସମୟରେ ଦେହରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ଯିବା ପରେ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ।  ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିବା ସହ ୧୦୮ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ।

- Advertisement -

ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ଭଦ୍ରକ ପରେ କଟକ ବଡ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ଖବର ପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି  ନିଆଁ ଲିଭାଇଛି।

ବିଧବା ମହିଳା ଜଣଙ୍କ ଅତ୍ୟନ୍ତ ଗରିବ ଏବଂ ତାଙ୍କର ୬ ଓ ୪ବର୍ଷର ଦୁଇଟି କନ୍ୟା ଅଛି। ଏଭଳି ସ୍ଥିତିରେ ତୁଳସୀକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ନିବେଦନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories