ଦିଗି ଜଗନ୍ନାଥ ମନ୍ଦିରରେ ଶାନ୍ତି ବଜାୟ ରଖିବାକୁ ପରିଚାଳନା କମିଟିର ପ୍ରଶାସନକୁ ଅନୁରୋଧ 

ସିମୁଳିଆ: ସିମୁଳିଆ ବ୍ଲକ ଅନ୍ତର୍ଗତ ଅଣ୍ଡରାଇ ପଂଚାୟତର ଦିଗି ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଓ ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କମିଟି ଦ୍ୱାରା ସମସ୍ତ ରୀତି ନୀତି ସମ୍ପନ୍ନ ହେଉଥିବା ବେଳେ ଉଦ୍ୟୋକ୍ତା ବାରମ୍ବାର ମନ୍ଦିରକୁ ନିଜର ଦାବିକରି ବିଶୃଙ୍ଖଳା ସୃଷ୍ଟି କରିବା, କମିଟି ସଭ୍ୟମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ଯୋଗୁଁ ଭକ୍ତମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପରିଚାଳନା କମିଟିର ସଭାପତିଙ୍କ ସମେତ ସଭ୍ୟମାନେ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛନ୍ତି।

prayash

ସୂଚନାରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଣ୍ଡରାଇ ପଞ୍ଚାୟତର ଦିଗୀଠାରେ ୨୦୧୦ମସିହାରେ ଭବ୍ୟ ଜଗନ୍ନାଥ ମନ୍ଦିର ଉଦ୍ୟୋକ୍ତା ଇଞ୍ଜିନିୟର ଶୁଭେନ୍ଦୁ ସାମଲ, ତତ୍କାଳୀନ ସରପଞ୍ଚ ଉତ୍ତମ କୁମାର ମହାନ୍ତି, ଦୟାନିଧି ଜେନା ଓ ମାୟାଧର ପାଣିଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜମିଦାତା ମାନେ ଜମି ଦାନ କରିବା ସହିତ ଗ୍ରାମବାସୀମାନଙ୍କ ସହଯୋଗରେ ଦାତାମାନଙ୍କ ଅର୍ଥରେ ମନ୍ଦିର କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ପରବର୍ତ୍ତି ସମୟରେ ମନ୍ଦିରର ପରିସର କାୟା ବିସ୍ତାର କରିବା ସହ ଜମିଜମା ବିବାଦ ଓ ମନ୍ଦିରର ଆୟ ଅର୍ଥ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲା । ଅସନ୍ତୋଷ ଯୋଗୁଁ ମନ୍ଦିର ରୀତିନୀତି ଓ ପୂଜାର୍ଚ୍ଚନାରେ ବାରମ୍ବାର ବିଘ୍ନ ହେଉଥିଲା । ଶେଷରେ ୨୦୨୩ ମସିହା ମେ’ ମାସ ୧ ତାରିଖରେ ସିମୁଳିଆ ବିଧାୟକଙ୍କ ଉପସ୍ଥିତି ଓ ପରାମର୍ଶରେ ସରପଞ୍ଚ, ସମିତି ସଭ୍ୟ, ଜମିଦାତା ଓ ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ପରିଚାଳନା କମିଟି ଗଠନ ହୋଇଥିଲା । ଏଥିରେ ଉଦ୍ୟକ୍ତା ଶୁଭେନ୍ଦୁ ସାମଲ ନିଜେ ମଧ୍ୟ ଦସ୍ତଖତ କରିବା ସହିତ କମିଟିରେ ସଭ୍ୟ ରହିଥିଲେ। କମିଟି ଗଠନ ହୋଇ ପୂଜା କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ ବିଭିନ୍ନ କଥାକୁ ନେଇ ସିମୁଳିଆ ଥାନାରେ ୫ଟିରୁ ଅଧିକ ଅଭିଯୋଗ ହୋଇଛି । ଉଭୟ ପକ୍ଷ ଭିନ୍ନଭିନ୍ନ ଅଭିଯୋଗ କରିଥିବାର ଜଣାଯାଇଛି । ମନ୍ଦିରର ରୀତିନୀତି ଅନୁଯାଇ ପୂଜାର୍ଚନା ଚାଲିଥିବା ବେଳେ ମନ୍ଦିରର ଉଦ୍ୟକ୍ତା ମନ୍ଦିରକୁ ନିଜର ଓ ସେ ତାର ଉତ୍ତରାଧିକାରୀ ଭାବେ ଦାବି କରି ସିମୁଳିଆ ଥାନାରେ ଏତଲା ଦେବା ସହିତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ପରିଚାଳନା କମିଟିରେ ଅଧିକାଂଶ ସଭ୍ୟ ମନ୍ଦିର ନିର୍ମାଣ ସମୟରୁ ସାଥିରେ ରହିଥିଲେ ଓ ଜମିଦାତାମାନେ ନିଜର ଜମିଦାନ କରିଥିବାରୁ ଏହା ସାର୍ବଜନୀନ ମନ୍ଦିର ହୋଇଥିବାରୁ ପରିଚାଳନା କମିଟି ସମସ୍ତ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟିର ସଭାପତି ଉତ୍ତମ କୁମାର ମହାନ୍ତି, ସହ ସମ୍ପାଦକ ସାମନ୍ତ ମହାପାତ୍ର(ନୁଖ), କୋଷାଧ୍ୟକ୍ଷ ଦୟାନିଧି ଜେନା, ମାୟାଧର ପାଣିଙ୍କ ସମେତ କମିଟିର ସଭ୍ୟମାନେ ଉପସ୍ଥିତ ରହି ମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା ଶୁଭେନ୍ଦୁ ସାମଲଙ୍କ ବିରୋଧରେ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଦାବି କରିଥିଲେ ।

Comments are closed.