www.samajalive.in
Saturday, December 13, 2025
27.1 C
Bhubaneswar

ସିମୁଳିଆ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

ସିମୁଳିଆ: ସିମୁଳିଆ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ)ର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ମାର୍କୋଣା ଗ୍ରାମରେ ଏକ ସାତ ଦିନିଆ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀମାନଙ୍କର ସହଯୋଗ, ଶିକ୍ଷାବିତମାନଙ୍କ ପ୍ରେରଣା ଏବଂ ବିଦ୍ୟାଳୟ ଶିକ୍ଷା କମିଟିର ସଦସ୍ୟ ମାନଙ୍କ ସହଯୋଗରେ, ଏହି କ୍ୟାମ୍ପ ଏକ ସପ୍ତାହ ଧରି ଚାଲୁ ରହିଥିଲା । ଏହି ଶିବିରରେ ଗ୍ରାମ ପରିବେଶର ପରିଷ୍କାର ପରିଚ୍ଛନ୍ନତା ତଥା ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନତା, ଗ୍ରାମ ଦେବାଳୟ ମାନଙ୍କର ପରିସରର ସ୍ୱଚ୍ଛତା, ଘରୋଇ ପଶୁମାନଙ୍କର ଟୀକାକରଣ, ବୃକ୍ଷରୋପଣ, ନାରୀ ସୁରକ୍ଷା, ଭ୍ରୁଣ ହତ୍ୟାକୁ ରୋକିବା ଉପରେ ସଚେତନତା ଅଭିଯାନ ଏବଂ ମଦ୍ୟପାନର କ୍ଷତିକାରକ ପ୍ରଭାବକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପାବନ୍ଧୁ ମିଶ୍ର ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ନିଶ୍ଚିତ କରିବାରେ ଏନଏସଏସ ପ୍ରୋଗ୍ରାମ ଅଫିସର ଭାଗୀରଥୀ ପାତ୍ର ଏବଂ ରାଜଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମଧ୍ୟରେ ଡ଼ଃ ଉମାକାନ୍ତ ନାୟକ ,ଦୀନବନ୍ଧୁ ମହାପାତ୍ର, ଗୌରାଙ୍ଗଚନ୍ଦ୍ର ମିଶ୍ର, କମଳାକାନ୍ତ ମିଶ୍ର, ଡ଼ଃ ବିଶ୍ବରଂଜନ ଦାସ, ନିର୍ମଳ ଚନ୍ଦ୍ର ବେହେରା, ଡଃ ମାନସ କୁମାର୍ ସାହୁ, ପ୍ରଶାନ୍ତ କୁମାର ମହାନ୍ତି , ବାସନ୍ତୀ ଦାସ, ଇତିଶ୍ରୀ ପାତ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ସମାବର୍ତ୍ତନ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସଭାପତି ଭାବରେ ସଭାକାର୍ଯ ପ୍ରାରମ୍ଭ କରିଥିଲେ। ଏନ୍ଏସଏସ ର ପ୍ରୋଗ୍ରାମ ଅଫିସର ଭାଗିରଥୀ ପାତ୍ର ଶିବିରର ପ୍ରାରମ୍ଭିକ ସୂଚନା ଦେଇଥିଲେ। ତତ୍ ପରେ ଡ଼ଃ ଉମାକାନ୍ତ ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ଅଧ୍ୟାପକ କମଳ ବରଣ ଲେଙ୍କା,ନିର୍ମଳ ଚନ୍ଦ୍ର ବେହେରା, ଡ଼ଃ କମଳାକାନ୍ତ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଭାଷଣ ମାଧ୍ୟମରେ ଦିଗ୍ଦର୍ଶନ ଦେଇଥିଲେ। ଏହି ଅବସରରେ ମାର୍କୋଣା ନୋଡାଲ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା , ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବୋଇତି , ଅନ୍ୟତମ ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ବାରିକ, ସୂର୍ଯ୍ୟମଣି ବୋଇତି ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଉଦବୋଧନ ଦେଇଥିଲେ। ଗ୍ରାମର ଅନ୍ୟତମ ଶିକ୍ଷାବିତ୍ ବନମାଳୀ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଅର୍ଚ୍ଚନା ପଣ୍ଡା ଶିବିରର ସାତ ଦିନର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ। ପରେ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ପରିଶେଷରେ+୩ ତୃତୀୟ ବର୍ଷର ଛାତ୍ର ରଂଜନ କୁମାର୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories