www.samajalive.in
Friday, December 5, 2025
20.1 C
Bhubaneswar

ଏହି ଭୁଲ୍‌‌ କରୁଛନ୍ତି କି? ମାଡି ଆସେ ସମସ୍ୟା..

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବାରେ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଆମର ବହୁ କ୍ଷତି ଘଟିଥାଏ। ଜାଣନ୍ତୁ..

ସୋମବାର –
ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟ କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ।

- Advertisement -

ମଙ୍ଗଳବାର –
ଏହି ଦିନ କେହି ମିଠା ହେଲେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ କୁପ୍ରଭାବ ପଡ଼ିଥାଏ।

ବୁଧବାର –
ଏହି ବାରରେ ଅଣ୍ଡା ଓ ସବୁଜ ପନିପରିବା କେହି ଦେଲେ ଆଣନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହେ।

ଆପଲ୍‌କୁ ଜାରି ହୋଇନି ସମନ

ଗୁରୁବାର –
ଏହି ବାରରେ କାହା ଠାରୁ କୌଣସି ହଳଦିଆ ଦ୍ରବ୍ୟ ଦାନ ଭାବେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ।
ଶୁକ୍ରବାର –
ଏହି ବାରରେ କାହା ଠାରୁ ସେଣ୍ଟ୍‍, ରୁମାଲ୍‍ ଓ ଫୁଲ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ।

ଶନିବାର –
ଏହି ବାରରେ କାହା ଠାରୁ ଲୁହା ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପରିବାରରେ ସଭିଁଙ୍କ ଶରୀର ଅସୁସ୍ଥ ରହିଥାଏ।

ରବିବାର –
ଏହି ବାରରେ କାହାଠାରୁ ଅଟା, ସୁଜି ଆଦିରେ ପ୍ରସ୍ତତ ଖାଦ୍ୟ ଓ ତମ୍ବାରେ ତିଆରି ବସ୍ତୁ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିବା ସହ ଧନ ହାନି ହୋଇଥାଏ।

ଏହି ସବୁ ଦ୍ରବ୍ୟ ବ୍ୟତୀତ ଯଦି କେହି ଧଳା ରଙ୍ଗର ମିଠା ଦିଏ, ତେବେ ସେଥିରୁ କିଛି ପ୍ରଥମେ ବାହାରେ ପକାନ୍ତୁ। ଏହା ପରେ ଗ୍ରହଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର କୁପ୍ରଭାବ ପଡ଼ି ନଥାଏ।

ଲେମ୍ବୁ –
କାହାଠାରୁ ଲେମ୍ବୁ ମଧ୍ୟ ଉଦ୍ଧାର ନେବା ଉଚିତ ନୁହେଁ ,ଏହା ଦ୍ୱାରା ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories