ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାରର ଖୁବ ମହତ୍ତ୍ୱ ରହିଛି। ତେଣୁ ମୁଖ୍ୟଦ୍ୱାରରେ ଶୁଭ ଜିନିଷ ଲଗାନ୍ତୁ।
ଘରର ମୁଖ୍ୟଦ୍ୱାରରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ। ମାତ୍ର ଏହାକୁ ଘରର ଭିତର ଆଡକୁ ଲଗାନ୍ତୁ। ଏହାଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। କାର୍ୟ୍ୟରେ ସଫଳତା ମିଳିଥାଏ।
ଘରର ମୁଖ୍ୟଦ୍ୱାରରେ ଲାଲ ରଙ୍ଗର ସ୍ୱସ୍ତିକ ସିନ୍ଦୂରରେ ଆଙ୍କନ୍ତୁ। ଏହାଦ୍ୱାରା ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲ ପାଇବା ରହିଥାଏ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ମୁଖ୍ୟ ଦ୍ୱାରର ଉଭୟ ପଟରେ ଶୁଭ ଓ ଲାଭ ନିଶ୍ଚୟ ଲଗାନ୍ତୁ। ଏହା ଖୁବ ଶୁଭ ବୋଲି ବିବେଚନା କରାଯାଏ।
ଘରର ମୁଖ୍ୟ ଦ୍ୱାରରେ ସର୍ବଦା ମା’ଲକ୍ଷ୍ମୀଙ୍କ ପାଦର ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଘରେ ଧନସମ୍ପତ୍ତି ଓ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ।
ଘରର ମୁଖ୍ୟ ଦ୍ୱାରରେ ଆମ୍ବପତ୍ରର ତୋରଣ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ମିଳିଥାଏ।
ମୁଖ୍ୟଦ୍ୱାର ନିକଟରେ ପାଣି ଭର୍ତ୍ତି କଳସ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ସମ୍ପନ୍ନତା ଆସିଥାଏ।
ବାସ୍ତୁ : ମୁଖ୍ୟଦ୍ୱାର ନିକଟରେ ପାଣି ଭର୍ତ୍ତି କଳସ ନିଶ୍ଚୟ ରଖନ୍ତୁ
Popular Categories



