www.samajalive.in
Saturday, December 6, 2025
16.1 C
Bhubaneswar

ଖାଉଟି ଆଶ୍ବସ୍ତ ; କମୁଛି ସୋରିଷ ତେଲ ଦର

ନୂଆଦିଲ୍ଲୀ : ସୋରିଷ ତେଲର ଦାମ ହ୍ରାସ ପାଇଛି। ଏଣିକି ଶସ୍ତାରେ ମିଳିବ ସୋରିଷ ତେଲ। ଉତ୍ତରପ୍ରଦେଶରେ ସୋରିଷ ତେଲର ମୂଲ୍ୟ ୫୫ ଟଙ୍କା ହ୍ରାସ ପାଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଖାଉଟି ସୋରିଷ ତେଲ ଖୁବ ଶସ୍ତାରେ ପାଇପାରିବେ । ଏଠାରେ ସୋରିଷ ତେଲ ଲିଟର ପିଛା ୧୫୪ ଟଙ୍କାରେ ମିଳୁଛି । ସେହିପରି ସୀତାପୁର ଜିଲାରେ ଏହାର ଦାମ୍ ୧୫୩ ଟଙ୍କା ପ୍ରତି ଲିଟରକୁ ହ୍ରାସ ପାଇଛି । ବଦାୟୁଁ ଜିଲାରେ ସୋରିଷ ତେଲ ଦରରେ ଲିଟର ପିଛା ୫୪ଟଙ୍କା ହ୍ରାସ ହୋଇଥିବା ରେକର୍ଡ କରାଯାଇଛି। ଏଠାରେ ସୋରିଷ ତେଲ ୧୫୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି। ଅନ୍ୟପକ୍ଷରେ ଶାହଜାହାନପୁରରେ ସୋରିଷ ତେଲର ଦାମ୍ ଲିଟର ପ୍ରତି  ୧୫୨ ରହିଛି । ସହାରନପୁର ଜିଲାରେ ସୋରିଷ ତେଲର ମୂଲ୍ୟରେ ହ୍ରାସ ଘଟିଛି । ଏଠାରେ ସୋରିଷ ତେଲ ଲିଟର ପିଛା ୧୫୪ ଟଙ୍କା ରହିଛି । ସେହିଭଳି ମୁଜାଫରନଗରରେ ମଧ୍ୟ ସୋରିଷ ତେଲ ପ୍ରତି ଲିଟର ୧୫୬ ଟଙ୍କାରେ ପହଞ୍ଚିଛି । ଏହାବ୍ୟତୀତ ମିରଟରେ ଖାଉଟିମାନଙ୍କୁ ୧୫୭ ଟଙ୍କାରେ ଏକ ଲିଟର ସୋରିଷ ତେଲ ମିଳିପାରୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories