www.samajalive.in
Saturday, December 6, 2025
16.1 C
Bhubaneswar

ଏହି ୫ଟି ବାସ୍ତୁ ଦୋଷ କାରଣରୁ ହୋଇଥାଏ ଧନହାନୀ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା କିଛି ବାସ୍ତୁ ଦୋଷକୁ ସମୟ ଅନୁଯାୟୀ ଦୂର ନକରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଯିବା ସହ ଧନ ସବୁ ଅଯଥାରେ ଖର୍ଚ୍ଚ ହୋଇଯାଏ। କରଜ ସମସ୍ୟା ଦେଖାଦେଇଥାଏ। ତେବେ ଅଯଥା ଧନ ଖର୍ଚ୍ଚ ରୋକିବାକୁ, ଟଙ୍କା ସଞ୍ଚୟ ଓ ଉନ୍ନତି ପାଇଁ କେଉଁ ବାସ୍ତୁ ଦୋଷ ଦୂର କରିବା ଉଚିତ ଜାଣନ୍ତୁ..

ଘରେ ନିୟମିତ ପାଣି ନଷ୍ଟ ହେଉଥିଲେ, ଏହା ଦୁଃଶ୍ଚିନ୍ତାର କାରଣ ପାଲଟିଥାଏ। ଏହି କାରଣ ଯୋଗୁଁ ଆର୍ଥିକହାନୀ ହେବା ସହ ଅଭାବ ଲାଗି ରହିଥାଏ। ଘରର ଟାଙ୍କିରୁ, କିମ୍ବା ଘର ଭିତରେ ଥିବା ନଳରୁ ପାଣି ପଡୁଥିଲେ ଏହାକୁ ତୁରନ୍ତ ଠିକ୍‌‌ କରାନ୍ତୁ। ଏହି ବାସ୍ତୁ ଦୋଷ କାରଣରୁ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ଘରର ନଳକୁ ନିଶ୍ଚୟ ଠିକ୍‌‌ କରାନ୍ତୁ। ପାଣିକୁ ସୁଖ ଓ ସମୃଦ୍ଧିର ପ୍ରତୀକ କୁହାଯାଏ।

- Advertisement -

ବାସ୍ତୁ ଶାସ୍ତ୍ରରେ ସଫାସୁତୁରାର ଖୁବ୍‌‌ ମହତ୍ତ୍ୱ ରହିଛି। ଘରେ ବୁଢିଆଣି ଜାଲ ଥିଲେ ଏହାକୁ ସଫା କରନ୍ତୁ। ଅଳିଆ ଆବର୍ଜନା ଆଦୌ ଏକାଠି କରି ରଖନ୍ତୁ ନାହିଁ। ଯେଉଁ ପୋଷାକ,ଜୋତା ବ୍ୟବହାର ଉପଯୋଗୀ ନୁହେଁ ତାକୁ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଅଭାବ ଲାଗି ରହିଥାଏ।

ଘରର ବଗିଚାରେ ଫୁଲ ଓ ଫଳର ଗଛ ଥିଲେ, ଏହାକୁ ସର୍ବଦା ସଫା ରଖନ୍ତୁ। ଶୁଖି ଯାଇଥିବା ଫୁଲ ବଗିଚାରେ ରଖନ୍ତୁ ନାହିଁ। ଶୁଖିଯାଇଥିବା ଗଛ ମଧ୍ୟ ରଖନ୍ତୁ ନାହିଁ। ସବୁଜ ସତେଜ ଫୁଲ ଓ ଫଳ ଗଛ ରଖନ୍ତୁ। ଏହା ସମୃଦ୍ଧିର ପ୍ରତୀକ। ଗଛ ନିକଟରେ ନିୟମିତ ପାଣି ଦିଅନ୍ତୁ। ଶୁଖିଯାଇଥିବା ଫୁଲ ଓ ଫଳ ସୁଖ ସମୃଦ୍ଧିକୁ ପ୍ରଭାବିତ କରିଥାଏ। ପୂଜା ସ୍ଥାନରେ ମଧ୍ୟ ବାସି ଫୁଲ ରଖନ୍ତୁ ନାହିଁ।

ଘରେ ଯଦି କୌଣସି ଘଣ୍ଟା ଅଚଳ ଅବସ୍ଥାରେ ଥିବ କିମ୍ବା ଭଙ୍ଗାରୁଜା ଅବସ୍ଥାରେ ଥିବ ତେବେ ଏହାକୁ ଆଦୌ ଘରେ ରଖନ୍ତୁ ନାହିଁ। ଏହା ସୁଖସମୃଦ୍ଧି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଘଣ୍ଟାକୁ ଉନ୍ନତି ଓ ସକରାତ୍ମକ ଶକ୍ତିର ପ୍ରତୀକ କୁହାଯାଏ। ଘରେ ସର୍ବଦା ଚଳନ୍ତା ଓ ସଠିକ୍‌‌ ଘଣ୍ଟା ରଖନ୍ତୁ।

ଘରର ଖଟ ତଳେ କଦାପି ଝାଡୁ କିମ୍ବା କୌଣସି ଜୋତା ଚପଲ ଖଟ ତଳେ ରଖନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଧନ ରଖିବା ସ୍ଥାନରେ ଅଇଁଠା ବାସନ କିମ୍ବା ଜୋତା ଚପଲ ରଖନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories