www.samajalive.in
Saturday, December 6, 2025
15.1 C
Bhubaneswar

ଜାଣି ରଖନ୍ତୁ ଏହି ସରଳ ଉପାୟ .. ଆଉ ହେବ ନାହିଁ ଆର୍ଥିକ ସମସ୍ୟା

ସଭିଏଁ ନିଜ ଜୀବନରେ ସଫଳତା ହାସଲ କରିବାକୁ ଇଚ୍ଛା ରଖିଥାଆନ୍ତି। ଏଥିପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରିଥାଆନ୍ତି। ଏହାସହ ଅନେକ ସମୟରେ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ୍‌‌ ପାଇଁ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିପାରି ନଥାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ଘରେ ରଖାଯାଉଥିବା କିଛି ଜିନିଷକୁ ଭୁଲ୍‌‌ ସ୍ଥାନରେ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ମାନସିକ, ଶାରୀରିକ ଓ ଆର୍ଥିକ କ୍ଷେତ୍ରରେ ସମସ୍ୟା ଆସିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ।
ତେବେ କିଛି ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ। ତେବେ ଘରେ ରଖାଯାଉଥିବା କିଛି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଅଳିଆ ରଖିବା ପାତ୍ର (ଡଷ୍ଟବିନ୍‌‌)। ଘରେ ଡଷ୍ଟବିନ୍‌‌କୁ ମଧ୍ୟ ସଠିକ ସ୍ଥାନରେ ରଖିବା ନିତାନ୍ତ ଆବଶ୍ୟକ। ଏହାକୁ ସଠିକ ସ୍ଥାନରେ ନରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ଭୁଲ୍‌‌ ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ଘରେ ଧନର ଅଭାବ ହୋଇଥାଏ। ସଫଳତା ମିଳିପାରି ନଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ। ବିଶେଷ କରି ଉତ୍ତର-ପୂର୍ବ ଦିଗରେ ଭୁଲ୍‌‌ରେ ମଧ୍ୟ ଡଷ୍ଟବିନ୍‌‌ ରଖିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ, ଏହି ଦିଗକୁ ଦେବୀ-ଦେବତାଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଶାରୀରିକ ଓ ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଡଷ୍ଟବିନ୍‌‌ ରଖିପାରିବେ। ଏହି ଦିଗରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇନଥାଏ। ସଠିକ୍‌‌ ସ୍ଥାନରେ ଡଷ୍ଟବିନ୍‌‌ ରଖିବା ଦ୍ୱାରା ଘରେ ସମସ୍ୟା ସୃଷ୍ଟି ହୋଇନଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ ବାଧା ଆସିନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories