www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍ତୁ ; ଏହି ଭୁଲ୍‌‌ କରୁଥିଲେ,ଲାଗି ରହିଥାଏ ମାନସିକ ଦୁଃଶ୍ଚିନ୍ତା

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର ଖୁବ ମହତ୍ତ୍ୱପୂର୍ଣ୍ଣ। ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଛୋଟ ରୁ ଆରମ୍ଭ କରି ବଡ ନିୟମ ବର୍ଣ୍ଣନା କରାଯାଇଛି। ଏହାପ୍ରତି ଧ୍ୟାନ ଦେବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାରୁ ରକ୍ଷା ପାଇ ପାରିବେ।
ଘରର କୌଣସି ନଳ ଖରାପ ଥିଲେ କିମ୍ବା ନଳରୁ ଅନବରତ ପାଣି ଗଳୁଥିଲେ, ଏହାକୁ ତୁରନ୍ତ ଠିକ୍‌‌ କରାନ୍ତୁ। ନଚେତ୍‌‌ ଏହାଦ୍ୱାରା ବାସ୍ତୁୁ ସମସ୍ୟା ସୃଷ୍ଟି ହେବା ସହ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ।
ବାସ୍ତୁ ଅନୁଯାୟୀ, ସର୍ବଦା ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଶୁଭଙ୍କର। ମାତ୍ର ଦକ୍ଷିଣ ଦିଗକୁ ପାଦ କରି ଶୁଅନ୍ତୁ ନାହିଁ। ଏହାଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଉତ୍ତମ ନିଦ ପାଇଁ ଓ ସ୍ୱାସ୍ଥ୍ୟ ପାଇଁ ଶୋଇବା ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌‌।
ଅନେକ ଲୋକଙ୍କ ଅଭ୍ୟାସ ଘରର ସିଢି ତଳେ ଅନେକ ଜିନିଷ ରଖି ଥାଆନ୍ତି। ବାସ୍ତୁ ଅନୁଯାୟୀ ଏହା ଶୁଭଙ୍କର ନୁହେଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ।
ପାଠ ପଢିବା ସମୟରେ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ପାଠ ପଢନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories