www.samajalive.in
Saturday, December 6, 2025
26.1 C
Bhubaneswar

ଏପରି ହେକୁଟି ହେଉଛି କି?

ଅନେକ ସମୟରେ ଖାଦ୍ୟ ଖାଇବା ସମୟରେ ଓ ପରେ ଏହାସହ ବେଳେ ବେଳେ କୌଣସି କାରଣ ନ ଥାଇ ମଧ୍ୟ ହେକୁଟି ହୋଇଥାଏ। ତେବେ ଆବଶ୍ୟକତା ଠାରୁ ଦିନଯାକ ଅଧିକ ହେକୁଟି ହେଉଥିଲେ, ଜାଣନ୍ତୁ ଏହାର କାରଣ କ’ଣ

ଚିନ୍ତାଗ୍ରସ୍ତ ରହିବା –
ସବୁବେଳେ ଚିନ୍ତାଗ୍ରସ୍ତ ରହିବା ମଧ୍ୟ ବାରମ୍ବାର ହେକୁଟି ହେବାର ଏକ ପ୍ରଧାନ କାରଣ। ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଲୋକଙ୍କୁ ବାରମ୍ବାର ହେକୁଟି ହେବାର କାରଣ ଚିନ୍ତାଗ୍ରସ୍ତ ରହିବା। ତେଣୁ ସର୍ବଦା ଚିନ୍ତା ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।
ପେଟରେ ଅଧିକ ପବନ ଥିଲେ-
ଖାଇବା ସମୟରେ ଯଦି ଆପଣଙ୍କ ପେଟରେ ଅଧିକ ପବନ ଯାଏ, ତେବେ ବାରମ୍ବାର ହେକୁଟି ହୁଏ। ଏପରି ହେବାର କାରଣ ବହୁ ଲୋକେ ଖାଦ୍ୟ ଖାଇବା ସମୟରେ ଥରକକେ ଅଧିକ ପରିମାଣରେ ଖାଦ୍ୟ ପାଟି ଭିତରକୁ ନେଇଥାଆନ୍ତି ଓ ଭଲ ଭାବେ ଚୋବାଇ ଖାଇ ନଥାଆନ୍ତି। ଏପରି କରିବା ଦ୍ୱାରା ପେଟକୁ ଅଧିକ ପବନ ଯାଏ।
ଭୁଲ ଖାଦ୍ୟପେୟ –
ଅଧିକ ପରିମାଣରେ ବାହାର ଖାଦ୍ୟ, ମୃଦୁ ପାନୀୟ ଆଦି ଖାଇବା ଦ୍ୱାରା ଏସିଡ଼ିଟି ଓ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ମଧ୍ୟ ହେକୁଟି ଅଧିକ ହୋଇଥାଏ। ତେଣୁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।
ହଠାତ୍ ଓଜନ ହ୍ରାସ ହେଲେ –
ବେଳେ ବେଳେ ଏପରି ଦେଖାଯାଏ ଯେ, ଆପଣଙ୍କ ଓଜନ ହଠାତ୍ କମି ଯାଇଛି। ଖାଦ୍ୟ ଭଲ ଭାବେ ହଜମ ନହେଲେ ହଠାତ୍ ଓଜନ ହ୍ରାସ ହୋଇଯାଏ। ଏପରି ହେବା ଦ୍ୱାରା ବାରମ୍ବାର ହେକୁଟି ହୋଇଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories