www.samajalive.in
Sunday, December 7, 2025
14.1 C
Bhubaneswar

ମଧୁମେହ ସମସ୍ୟା : ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ..

ମଧୁମେହ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅନେକ ରୋଗର କାରଣ ପାଲଟୁଛି। ଆହାର ଠାରୁ ଆରମ୍ଭ କରି ଶାରୀରିକ ଗତିବିଧି ଯାଏଁ ଅନେକ କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପକାଉଛି। ବିଶେଷ କରି ଖରାପ ଅଭ୍ୟାସ କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, ହାଡ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ମଧୁମେହ ଓ ଉଚ୍ଚ ରକ୍ତଚାପ ଶରୀରରେ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ। ସମୟ ଅନୁଯାୟୀ, ଏହାକୁ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଜୀବନଶୈଳୀ ଓ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ମଧ୍ୟ ଉଚିତ। ଜାଣନ୍ତୁ ….
ଅନେକ ସମୟରେ କାର୍ଯ୍ୟାଳୟରେ ଅଧିକ ସମୟ ଯାଏଁ ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରୁଥିବା ହେଉ ଅଥବା ଘରେ ଛୁଟି ଦିନରେ ଅଧିକ ସମୟ ଯାଏଁ ଖଟରେ ଶୋଇ ରହିଲେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ।
ଆବଶ୍ୟକ ପରିମାଣରେ ଶାରୀରିକ ପରିଶ୍ରମ କରିବା ସହ ସଠିକ ସମୟରେ ଖାଦ୍ୟ ଖାଆନ୍ତୁ। ନିୟମିତ ବ୍ୟାୟାମ କରନ୍ତୁ। ଶାରୀରିକ ପରିଶ୍ରମ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା, ଓଜନ ଓ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ। ମାତ୍ର ପରିଶ୍ରମ ନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି ହୋଇଥାଏ। ଯାହା ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ।
ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର ସେବନ କରିବା ଉଚିତ। ମୋଟପଣ ବୃଦ୍ଧି କରୁଥିବା, କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରୁଥିବା ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ। ଭୁଲ ଖାଦ୍ୟପେୟ ମଧୁମେହ ଓ ହୃଦୟ ରୋଗର ଏକ ପ୍ରମୁଖ କାରଣ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ଫାଇବର, ଭିଟାମିନ୍‌‌ ରେ ଭରପୁର ଖାଦ୍ୟ ଖାଆନ୍ତୁ। ଲୁଣ ଓ ଚିନି କମ ମାତ୍ରାରେ ଖାଆନ୍ତୁ।
ଉତ୍ତମ ଓ ଆବଶ୍ୟକ ପରିମାଣରେ ନିଦ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିତାନ୍ତ ଆବଶ୍ୟକ। ସଠିକ ପରିମାଣରେ ନିଦ ନ ହେବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦୟ ରୋଗ ଜନିତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ସଭିଁଙ୍କୁ ରାତିରେ ୬ ରୁ ୮ ଘଣ୍ଟା ନିଶ୍ଚୟ ଶୋଇବା ଉଚିତ।
ପ୍ରତ୍ୟେକଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଇଥାଏ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ତୁଳସୀ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି ରଖିବା ସହ ,ରକ୍ତଚାପ ଓ କୋଲେଷ୍ଟେରୋଲ୍‌‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ତୁଳସୀର ସେବନ ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ମନ ଶାନ୍ତ ରହିଥାଏ। ମାନସିକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ଶିରାପ୍ରଶିରାରେ ଥିବା ବିଭିନ୍ନ ସମସ୍ୟାକୁ ତୁଳସୀ ରସ ଠିକ କରିଥାଏ। ଫଳରେ ସଠିକ ଭାବେ ରକ୍ତସଞ୍ଚାଳନ ହେବା ସହ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଚା’ରେ କିଛି ତୁଳସୀପତ୍ର ପକାଇ ମଧ୍ୟ ଏହାର ସେବନ କରିପାରିବେ।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories