www.samajalive.in
Saturday, December 6, 2025
26.1 C
Bhubaneswar

ଶିମିଳିପାଳର ଆଉ ୩୫ଟି ସ୍ଥାନରେ ବନାଗ୍ନି

ବାରିପଦା : ଶିମିଳିପାଳ ଓ ଏହାର ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ରବିବାର ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଏହି ୩୫ଟି ବନାଗ୍ନି ସ୍ଥଳ ମଧ୍ୟରୁ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଖଣ୍ଡର ୯ ଓ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ୭ଟି ସ୍ଥାନକୁ ମିଶାଇ ଶିମିଳିପାଳରେ ମୋଟ ୧୬ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନ୍ୟ ବନଖଣ୍ଡ ମଧ୍ୟରୁ ବାରିପଦାର ୪, କରଞ୍ଜିଆର ୨ ଓ କେନ୍ଦୁଝର ବନ୍ୟପ୍ରାଣୀ ଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଛି। ଏହି ୩୫ଟି ସ୍ଥାନ ମଧ୍ୟରୁ ୧୨ଟି ସ୍ଥାନରେ ବନାଗ୍ନିକୁ ଲିଭାଇବା ଦିଗରେ ବନ ବିଭାଗ ଏବଂ ଓଡ୍ରାଫ ଦଳ ସଫଳ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଏହା ପୂର୍ବରୁ ଶିମିଳିପାଳ ସମେତ ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ଗତ ୨୬ ତାରିଖରେ ୨୮ଟି ଏବଂ ୨୭ ତାରିଖରେ ୫୪ଟି ସ୍ଥାନରେ ଚିହ୍ନଟ ହୋଇଥିବା ବନାଗ୍ନିକୁ ଉପଶମ କରାଯାଇଥିବା ନେଇ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ଏହି ବନାଗ୍ନି ଯୋଗୁଁ ବ୍ୟାପକ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ପୋଡି ଯାଉଥିବା ବେଳେ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories