www.samajalive.in
Saturday, December 6, 2025
16.1 C
Bhubaneswar

କରୋନାରେ ଶିଖ୍‌ ଧର୍ମ ପ୍ରଚାରକଙ୍କ ମୃତ୍ୟୁ: ୧୯ ସମ୍ପର୍କୀୟ ସଂକ୍ରମିତ, ୪୦ ହଜାର ଭକ୍ତଙ୍କୁ ନେଇ ଆଶଙ୍କା

ନୂଆଦିଲ୍ଲୀ: କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ପଞ୍ଜାବର ଜଣେ ବିଶିଷ୍ଟ ଶିଖ୍‌ ଧର୍ମ ପ୍ରଚାରକଙ୍କ ମୃତ୍ୟୁ ଘଟିଛି। ୭୦ ବର୍ଷୀୟ ଏହି ଧର୍ମ ପ୍ରଚାରକଙ୍କର ପ୍ରାୟ ୪୦ ହଜାର ଭକ୍ତ ରହିଛନ୍ତି। ଏମାନେ ପ୍ରାୟତଃ ବାବାଙ୍କ ସଂସ୍ପର୍ଶରେ ଆସିଥାନ୍ତି। ବାବାଙ୍କ ୧୯ ଜଣ ସମ୍ପର୍କୀୟ ତାଙ୍କ ସଂସ୍ପର୍ଶରେ ଆସି କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ଏବେ ଆଇସୋଲେଶନରେ ରଖାଯାଇଛି। ତେବେ ବାବାଙ୍କ ୪୦ ହଜାର ଭକ୍ତଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ସେମାନଙ୍କୁ କିପରି ଠାବ କରି କ୍ବାରେଣ୍ଟାଇନରେ ରଖାଯିବ ତାହା ଚିନ୍ତାଜନକ ବିଷୟ ହୋଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସୁସ୍ଥ ହୋଇଛନ୍ତି। ଅନ୍ୟ ୩୬ ଜଣଙ୍କର ଚିକିତ୍ସା ଚାଲିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories