www.samajalive.in
Sunday, December 7, 2025
23.1 C
Bhubaneswar

କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ପାଳନ, ସାମିଲ ହେଲେ ଟ୍ରକ୍ ଓ ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ : ପଞ୍ଜାବରୁ ଦିଲ୍ଲୀ ଯାଉଥିବା ଚାଷୀଙ୍କୁ ହରିୟାଣା-ପଞ୍ଜାବର ଶମ୍ଭୁ ବର୍ଡର ପୁଲିସ ଓ ପାରାମିଲିଟ୍ରି ଫୋର୍ସ ଅଟକାଇ ରଖିଛନ୍ତି । ଏହା ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆଜି ଭାରତ ବନ୍ଦ ଡାକରା ଦେଇଛି । ସାରା ଦେଶରେ ବନ୍ଦ ପାଳନ ପାଇଁ ସମସ୍ତ ଚାଷୀ ୟୁନିୟନ୍ ସହ ଟ୍ରକ୍ ଓ ଟ୍ରେଡ୍ ୟୁନିୟନ୍ ମଧ୍ୟ ଚାଷୀଙ୍କୁ ସମର୍ଥନ କରୁଛନ୍ତି । ପଞ୍ଜାବଠୁ ଆରମ୍ଭ କରି ହରିୟାଣା ଓ ଦିଲ୍ଲୀଠୁ ଆରମ୍ଭ କରି ୟୁପି ପର୍ଯ୍ୟନ୍ତ ହାଇଆଲର୍ଟ ଜାରି କରାଯାଇଛି । ତେବେ ଏହି ବନ୍ଦକୁ ରୋକିବା ପାଇଁ କେନ୍ଦ୍ର ସରକାର ଚାଷୀ ସଙ୍ଗଠନ  ସହ ଗୁରୁବାର ସନ୍ଧ୍ୟାରେ ଆଲୋଚନା କରିଥିଲେ । ରାତି ସାଢେ ୧ଟା ପର୍ଯ୍ୟନ୍ତ ଆଲୋଚନା ଚାଲିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିଲାନି । ଏହା ମଧ୍ୟରେ ଦିଲ୍ଲୀର ସମସ୍ତ ବର୍ଡରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଅନେକ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଡିଛି । ଗାଡି ଚଳାଚଳ ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories