www.samajalive.in
Saturday, December 6, 2025
26.1 C
Bhubaneswar

ସାଇନା ନେହୱାଲଙ୍କ ବାୟୋପିକ ଛାଡ଼ିଲେ ଶ୍ରଦ୍ଧା : ଏବେ ତାଙ୍କ ସ୍ଥାନ ନେଲେ ଏହି ଅଭିନେତ୍ରୀ

ମୁମ୍ବଇ : ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତ୍‍ ସାଇନା ନେହୱାଲଙ୍କ ବାୟୋପିକରେ ଅଭିନୟ କରିବାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଏହି ଚଳଚ୍ଚିତ୍ର ଛାଡ଼ି ଦେଇଛନ୍ତି। ତାଙ୍କ ସ୍ଥାନରେ ଏବେ ପରିଣୀତି ଚୋପ୍ରା ଏହି ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି।

image courtesy-NDTV.com

ସୂଚନା ଅନୁସାରେ, ସାଇନା ନେହୱାଲଙ୍କ ବାୟୋପିକ୍‍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ମଧ୍ୟ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିବା କାରଣରୁ ଶ୍ରଦ୍ଧା ଏହି ଚଳଚ୍ଚିତ୍ର ଛାଡ଼ିଦେଇଛନ୍ତି। ସେ ଚଳିତ ଦିନରେ ‘ଛିଛୋରେ’, ‘ଷ୍ଟ୍ରିଟ୍‍ ଡାନ୍ସର ଥ୍ରୀ-ଡି’ ଓ ‘ସାହୋ’ ଚଳଚ୍ଚିତ୍ରରେ ବ୍ୟସ୍ତ ଥିବା ବେଳେ ‘ବାଗୀ-୩’ ପାଇଁ ମଧ୍ୟ ସାଇନ୍‍ କରିଛନ୍ତି। ତେବେ ଶ୍ରଦ୍ଧା ଏହି ଚଳଚ୍ଚିତ୍ର ଛାଡ଼ିବା ପରେ ତାଙ୍କ ସ୍ଥାନରେ ପରିଣୀତିଙ୍କୁ ନେବାପାଇଁ ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି। ପରିଣୀତି ମଧ୍ୟ ଏଥିରେ ଅଭିନୟ କରିବାକୁ ରାଜି ହୋଇଛନ୍ତି ଓ ସାଇନାଙ୍କ ଚରିତ୍ରକୁ ଯଥାର୍ଥତା ଦେବା ପାଇଁ ପ୍ରଶିକ୍ଷଣ ନେବା ଆରମ୍ଭ କରିଛନ୍ତି। ପୂର୍ବରୁ ଏହି ବାୟୋପିକ୍‍ ପାଇଁ ସାଇନା ନିଜେ ଶ୍ରଦ୍ଧାଙ୍କୁ ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷଣ ଦେଉଥିବା ବେଳେ ଏବେ ତାଙ୍କୁ ପୁଣି ଆଉଥରେ ପରିଣୀତିଙ୍କୁ ପ୍ରଶିକ୍ଷଣ ଦେବାକୁ ପଡ଼ିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories