www.samajalive.in
Sunday, December 7, 2025
23.1 C
Bhubaneswar

ମଧ୍ୟରାତ୍ରିରେ ସିଗାରେଟ ନ ଦେବାରୁ ଦୋକାନୀଙ୍କୁ ଗୁଳିକରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସିଗାରେଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଜଣେ ଦୋକାନ ମାଲିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ ବିରନଥିପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଶରଦା ଯାଦବ ନାମକ ଉକ୍ତ ଦୋକାନୀ ଗୁରୁବାର ବିଳମ୍ବିତ ରାତିରେ ନିଜ ଦୋକାନ ବାହାରେ ଶୋଇଥିଲେ। କିଛି ଯୁବକ ବାଇକରେ ଆସି ତାଙ୍କୁ ଉଠାଇ ଦୋକାନ ଖୋଲି ସିଗାରେଟ ଦେବାକୁ କହିଥିଲେ। କିନ୍ତୁ ଚାବି ଘର ଭିତରେ ରହିଯାଇଛି ଏବଂ ସେ ମଧ୍ୟରାତ୍ରିରେ ଦୋକାନ ଖୋଲି ସିଗାରେଟ ଦେଇପାରିବେ ନାହିଁ ବୋଲି କହିଥିଲେ। ଏଥିରେ ଯୁବକମାନେ ରାଗିଯାଇ ଶାରଦାଙ୍କ ବେକକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଚାଲିଆସିଥିଲେ। ସେତେବେଳକୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଲାଇଥିଲେ। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories