www.samajalive.in
Monday, December 15, 2025
26.1 C
Bhubaneswar

ଚୌଦ୍ୱାରରେ ନିରାଡମ୍ବରରେ ଶିବରାତ୍ରୀ ଉତ୍ସବ ପାଳିତ

ଚୌଦ୍ୱାର : ଚୌଦ୍ୱାର ତଥା ଏହାର ଆଖପାଖ ଗ୍ରାମାଞ୍ଚଳ ଗୁଡିକରେ ମହାଶିବରାତ୍ରୀ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚୌଦ୍ୱାର ଅଂଚଳର ଅଷ୍ଟଶମ୍ଭୁ ଭାବେ ପ୍ରଖ୍ୟାତ ଚାଟେଶ୍ୱର, ବଟେଶ୍ୱର,ଝୋଟେଶ୍ୱର, ଉତ୍ତରେଶ୍ୱର, ବାଲୁଙ୍କେଶ୍ୱର, କପାଳେଶ୍ୱର,କେଦାରେଶ୍ୱର ଶୈବପୀଠ ଗୁଡିକରେ ସକାଳରୁ ଭକ୍ତ ତଥା ମାନସିକଧାରୀ ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଅଞ୍ଚଳର ଅନ୍ୟ ସବୁ ଶୈବ ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ କମ୍ ରହିଥିବା ଦେଖିବାକୁ ମିଳିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଛି। କମିସନରେଟ ପୁଲିସ ଓ ମନ୍ଦିର ପରିଚାଳନା କମିଟି ଗୁଡ଼ିକ ତରଫରୁ ମନ୍ଦିର ଗୁଡିକରେ କୋଭିଡ କଟକଣା ବାର୍ତ୍ତା ସହିତ ବ୍ୟାରିକେଟ୍ ନିର୍ମାଣ କରାଯାଇ ଭକ୍ତ ମାନଙ୍କୁ ଧାଡିରେ ଦର୍ଶନ କରିବାକୁ ଛଡାଯାଇଥିଲା। ମନ୍ଦିର ପରିସରରେ ମେଳା, ଭୋଗ ଦୋକାନ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣଭାବେ ବାରଣ କରାଯାଇଛି। କେବଳ ମାନସିକଧାରୀ ଭକ୍ତମାନେ ଧାଡିରେ ମହାଦେବଙ୍କ ଦର୍ଶନ କରିଛନ୍ତି। ଅନୁରୂପଭାବେ ବିଶ୍ୱନାଥ, ଶଶୀଶେଖର,ଚନ୍ଦ୍ରଶେଖର, ଗନ୍ଧର୍ବନାଥ, ଅଖଣ୍ଡଳମଣି, ଶଂକରପୁରସ୍ଥିତ ଶଂକରେଶ୍ୱର ମନ୍ଦିର ଆଦିରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି । ସମସ୍ତ ମନ୍ଦିର ଗୁଡିକରେ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିଥିବା ପ୍ରକାଶ ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories