www.samajalive.in
Sunday, December 14, 2025
15.1 C
Bhubaneswar

ଚନ୍ଦ୍ରରେ ଶିବଶକ୍ତି ସ୍ଥଳ: ଚନ୍ଦ୍ରଯାନ -୩ ସ୍ପର୍ଶ କରିଥିବା ସ୍ଥାନର ନାମ

ବେଙ୍ଗାଲୁରୁ – ଚନ୍ଦ୍ରଯାନ ୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ସ୍ଥାନର ନାମ ଶିବଶକ୍ତି ସ୍ଥଳ ବା ଶିବଶକ୍ତି ପଏଣ୍ଟ ରଖାଯାଇଛି । ଚନ୍ଦ୍ରଯାନ ୨ ଶେଷ ମୁହୂର୍ତ୍ତରେ ଯେଉଁସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ସ୍ଥାନର ନାମ ତ୍ରିରଙ୍ଗା ରଖାଯାଇଛି ।

ତ୍ରିରଙ୍ଗାରୁ ଶିବଶକ୍ତି ସ୍ଥଳ, ଅସଫଳତାରୁ ସଫଳତାର ଯାତ୍ରା । ମନୋବଳ ନ ହରାଇ ଉଦ୍ୟମ କରିବାର ଉତ୍ସାହ ଉଦ୍ଦୀପନା । ଶିବମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି । ଇସ୍ରୋର ଏହି ମିସନର ନିର୍ଦେଶକ ସୋମନାଥ। । ଶକ୍ତି ହେଉଛନ୍ତି ସମସ୍ତ ଶକ୍ତିର ଆଧାର ଏଥିପାଇଁ ସେହି ସ୍ଥାନର ଶିବଶକ୍ତି ସ୍ଥଳ ଦିଆଯାଇଥିବା ମୋଦୀ ପ୍ରକାଶ କରିଛନ୍ତି ।

- Advertisement -

ବେଙ୍ଗାଲୁରୁରେ ଇସ୍ରୋର ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଘୋଷଣା କରିଥିଲେ । ବ୍ରିକ୍ସ ସମ୍ମିଳନୀରେ ବିଦେଶ ଗସ୍ତରୁ ଫେରିବା ପରେ ମୋଦୀ ବେଙ୍ଗାଲୁରରେ ଥିବା ଇସ୍ରୋର ଟେଲିମେଣ୍ଟାରି ଟ୍ରାକିଂ କମାଣ୍ଡ ସେଣ୍ଟରରେ ବୈଜ୍ଞାନିକମାନଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବୋଧିତ କରିଥିଲେ ।

ଭାରତୀୟ ବୈଜ୍ଞାନିକଙ୍କ ଉପଲବ୍ଧି ହେଉଛି ସାରା ଦେଶବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ସେ କହିଛନ୍ତି । ଏବେ ଅଗଷ୍ଟ ୨୩ ତାରିଖରୁ ପ୍ରତିବର୍ଷ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories