www.samajalive.in
Saturday, December 13, 2025
26.1 C
Bhubaneswar

ମୃଦୁ ହସରେ ଶିବାନୀ

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ଓଲିଉଡର ନବାଗତା ନାୟିକା ଶିବାନୀ ଏବେ ମୃଦୁ ହସ ଦେଉଛନ୍ତି। କାରଣ ଖୁବଶୀଘ୍ର ତାଙ୍କର ଦୁଇଟି ଓଡିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଗୋଟିଏ ‘ଦିଲ ମୋର ମାନେନା’ ଓ ଅନ୍ୟଟି ‘ବାବୁ ଭାଇଜାନ୍’। ‘ଦିଲ ମୋର ମାନେନା’ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ସ୍ବରାଜ ନାୟକଭାବେ ନଜର ଆସିବାକୁ ଥିବାବେଳେ ‘ବାବୁ ଭାଇଜାନ’ରେ ତାଙ୍କ ବିପକ୍ଷରେ ନାୟକଭାବେ ନଜର ଆସିବେ ଓଲିଉଡର ଷ୍ଟାଇଲିସ୍ ନାୟକ ‘ଅରିନ୍ଦମ’। ବହୁତ କମ୍ ବୟସରୁ ଓଲିଉଡ଼ରେ ପାଦଦେଇଥିଲେ ଶିବାନୀ। ଓଲିଉଡ ଯାତ୍ରା ଏପର୍ଯ୍ୟନ୍ତି ତାଙ୍କ ପାଇଁ ଶୁଭପ୍ରଦ ହୋଇଥିବା ଦେଖାଯାଇଛି। ସେ ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ଠାରୁ ଆରମ୍ଭ କରି ଓଲିଉଡର ଚକୋଲେଟ୍ ବୟ ଭାବେ ବେଶ୍ ଜଣାଶୁଣା ବାବୁସାନଙ୍କ ସହିତ ଚଳଚ୍ଚିତ୍ର କରିସାରିଛନ୍ତି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି।

ମାଁ ତାରିଣୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଦିଲ ମୋର ମାନେନା’ରେ ନିର୍ଦେଶନାର ଭାର ବହନ କରିବେ ‘ଚଣ୍ଡୀ ପରିଜା’। ଏହି ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦ ସ୍ବର ସଞ୍ଜୋଜନା ଦେଉଥିବାବେଳେ ମିହିର ଦାସ, ଅପରାଜିତା ମହାନ୍ତି, ଅମର, ଗୁଡୁ ପ୍ରମୁଖ ଅଭିନୟ କରୁଥିବା ଦେଖାଦେବେ।

- Advertisement -
pic courtesy-odishatv

ସେହିପରି ସନ୍ତୋଷ ନାରାୟଣ ପ୍ରଯୋଜିତ ତାପସ ସରଘରିଆ ନିର୍ଦେଶିତ ବାବୁ ଭାଇଜାନରେ ତାଙ୍କ ବିପକ୍ଷରେ ଅରିନ୍ଦମ ନାୟକ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ଏଥିରେ ଅନ୍ୟାନ୍ୟ ଭୂମିକାରେ ମିହିର ଦାସ, ସୋମା ହୋତା, ମନୋଜ ମିଶ୍ର, ବବି ମିଶ୍ର, ଶ୍ରୀତମ ଦାସ ଦେଖାଦେବେ। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦେଶନାର ଗୁରୁ ଦାୟିତ୍ବ ତୁଲାଇବେ।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories