www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣ ବିଶେଷ ; ଜାଣନ୍ତୁ ପ୍ରଭୁ ମହାଦେବଙ୍କ ଏହି ମନ୍ଦିର ବିଷୟରେ

ଜୟପୁର : ଶ୍ରାବଣ ମାସ ପ୍ରଭୁ ମହେଶ୍ୱରଙ୍କୁ ସମର୍ପିତ ଓ ଅତ୍ୟନ୍ତ ପ୍ରିୟ। ଏହି ମାସର ପ୍ରତ୍ୟେକ ସୋମବାରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଦର୍ଶନ କରିଥାଆନ୍ତି। ଦେଶରେ ଭଗବାନ ଶିବଙ୍କର ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ମାତ୍ର ଏକ ଏଭଳି ଏକ ଐତିହାସିକ ମନ୍ଦିର ବିଷୟରେ ଜାଣନ୍ତୁ ଯାହା ଛଅ ମାସ ମଧ୍ୟରେ ସୂର୍ଯ୍ୟଙ୍କ ଗତିରେ ହିସାବରେ ଦିଗ ବଦଳାଇ ଥାଆନ୍ତି।
ଜୟପୁର ନିକଟରେ ଅରାବଲୀ ପର୍ବତ ଶୃଙ୍ଖଳା ମଧ୍ୟରେ ସାମୋଦ ସ୍ଥିତ ମହାର କଲାନ ଗାଁରେ ମାଲେଶ୍ୱର ମହାଦେବ ମନ୍ଦିର ରହିଛି। ଏହି ମନ୍ଦିର ହଜାର ହଜାର ବର୍ଷ ପୁରୁଣା। ମନ୍ଦିର ସ୍ଥାପିତ ଶିବଲିଙ୍ଗ ସୂର୍ଯ୍ୟଙ୍କ ଉତ୍ତରାୟଣ କିମ୍ବା ଦକ୍ଷିଣାୟନ ହେବାରେ ଶିବଲିଙ୍ଗ ମଧ୍ୟ ଉତ୍ତରାୟଣ ଓ ଦକ୍ଷିଣାୟନ ହୋଇଥାଏ। ମନ୍ଦିରର ମଣ୍ଡପର ସ୍ତମ୍ଭରେ ଅଙ୍କିତ ୧୧୦୧ ଖ୍ରୀଷ୍ଟାବ୍ଦର ଶିଳାଲେଖ ରହିଛି। ଏହି ମନ୍ଦିରରେ ସ୍ୱୟଂଭୂଲିଙ୍ଗ ବିରାଜମାନ ରହିଛନ୍ତି।
ପ୍ରକୃତିର କୋଳରେ ଥିବା ଏହି ମନୋରମ ସ୍ଥାନ ଜୟପୁରରୁ ପ୍ରାୟ ୪୦ କିଲୋମିଟର ଦୂର। ମନ୍ଦିରର ଚାରି ପାଖରେ ପ୍ରକୃତିର ସୌନ୍ଦର୍ଯ୍ୟ ଘେରି ରହିଛି। ବର୍ଷାରେ ପ୍ରାକୃତିକ ଝରଣା,ପାଣିକୁଣ୍ଡ, ଆଖପାଖର ସ୍ଥାନ ଦର୍ଶନୀୟ। ଏଠାରେ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ମାତ୍ର ଶ୍ରାବଣ ମାସରେ ବହୁ ସଂଖ୍ୟାରେ କାଉଡିଆମାନେ ଏଠାରେ ପ୍ରଭୁଙ୍କୁ ଜଳାଭିଷେକ କରିଥାଆନ୍ତି।
ସାମୋଦ ଓ ମହାରକଲାଂ ଗାଁର ପ୍ରାକୃତିକ ସୁନ୍ଦରତା କାରଣରୁ ଏହି ସ୍ଥାନ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ। ଏହା ଖୁବ ପ୍ରସିଦ୍ଧ ମଧ୍ୟ। ଏଠାରେ ଅନେକ ଚଳଚ୍ଚିତ୍ରର ମଧ୍ୟ ସୁଟିଂ କରାଯାଇଛି। ନିକଟରେ ଝରଣା ଥିବାରୁ ଏଠାରେ ଲୋକେ ପିକନିକ୍‍ ମଧ୍ୟ କରିଥାଆନ୍ତି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories