www.samajalive.in
Monday, December 15, 2025
26.1 C
Bhubaneswar

କର୍ଣ୍ଣାଟକର ଗୋକର୍ଣ୍ଣରେ ଶିବଶଙ୍କରଙ୍କ ଏହି ମନ୍ଦିର : ଜାଣନ୍ତୁ ଏହାର ବିଶେଷତ୍ୱ

କର୍ଣ୍ଣାଟକର ଗୋକର୍ଣ୍ଣରେ ଏପରି ଏକ ସମୁଦ୍ର କୂଳ ରହିଛି ଯାହାର ଆକାର ସମ୍ପୂର୍ଣ୍ଣ ଓଁ ଆକାର ଭଳି। ଏହାର ନିକଟରେ ହିଁ ମନ୍ଦିରରେ ଭୂମି ଭିତରେ ହିଁ ଆତ୍ମଲିଙ୍ଗ ରହିଛି। ଏହାସହ ଉକ୍ତ ସ୍ଥାନ ସହ ପ୍ରଭୁ ଶିବଶଙ୍କର, ଗଣେଶ, ରାବଣଙ୍କ କଥା ମଧ୍ୟ ଜଡ଼ିତ ରହିଛି।
ଗୋକର୍ଣ୍ଣରେ ମହାବଲେଶ୍ୱରଙ୍କ ଏହି ମନ୍ଦିର ରହିଛି ଯେଉଁଠାରେ ଶିବଶଙ୍କର ଆତ୍ମଲିଙ୍ଗ ରୂପରେ ବିରାଜିତ ହୋଇ ରହିଛନ୍ତି। ଏହି ମନ୍ଦିରରୁ ୭ କିମି ଦୂରରେ ସମୁଦ୍ର ନିକଟରେ ଓଁ ଆକାରର ସମୁଦ୍ର କୂଳ ରହିଛି। କୂଳରେ ଭ୍ରମଣ ସମୟରେ ଏହି ଓଁ ଆକାର ସାଧାରଣ ଭଳି ଜଣାଗଲେ ମଧ୍ୟ ପାହାଡ଼ ଉପରକୁ ଯିବା ମାତ୍ରେ ଏହା ସମ୍ପୂର୍ଣ୍ଣ ଓଁ ଆକାର ଭଳି ସ୍ପଷ୍ଟ ଦେଖାଯାଏ।
ମାନ୍ୟତା ଓ ପୌରାଣିକ କଥା ଅନୁଯାୟୀ, ଅମର ବର ପାଇଁ ଯେଉଁ ସମୟରେ ରାବଣ ପ୍ରଭୁ ଶଙ୍କରଙ୍କର ଆରାଧନା କରିଥିଲେ, ସେହି ସମୟରେ ହିଁ ପ୍ରଭୁ ଭୋଳାଶଙ୍କର ପ୍ରସନ୍ନ ହୋଇ ରାବଣଙ୍କୁ ଏକ ଶିବଲିଙ୍ଗ ଦେଇଥିଲେ। ଯାହାକୁ ଆତ୍ମ ଲିଙ୍ଗ କୁହାଯାଉଛି।
ପ୍ରଭୁ ଶଙ୍କର ଆତ୍ମଲିଙ୍ଗଟିକୁ ରାବଣକୁ ଅର୍ପଣ କରିବା ସମୟରେ ଜଣାଇଥିଲେ ଏହାକୁ ଲଙ୍କାକୁ ନେଇ ସେଠାରେ ସ୍ଥାପନ କରିବାକୁ। ମାତ୍ର ଏହାକୁ କେଉଁ ଠାରେ ନରଖିବାକୁ। କାରଣ ଏହାକୁ ଯେଉଁଠାରେ ରଖିବ ସେଠାରେ ହିଁ ଏହା ସ୍ଥାପିତ ହୋଇଯିବ। ଏହାସହ ନିଜର ଅମର ବର ପାଇବାକୁ ହେଲେ ରାବଣଙ୍କୁ ଏହି ଲିଙ୍ଗଙ୍କୁ କେବଳ ଲଙ୍କାରେ ହିଁ ସ୍ଥାପିତ କରିବାକୁ ହେବ।
ଏହାପରେ ରାବଣ ଆତ୍ମଲିଙ୍ଗ ନେଇ ଯାଉଥିଲେ। ମାତ୍ର ଦେବତାମାନେ ଚାହିଁ ନଥିଲେ ରାବଣ ଅମର ହେଉ। ତେଣୁ ଭଗବାନ ନାରାୟଣ ମାୟା ପୂର୍ବକ ପ୍ରଭୁ ଗଣେଶଙ୍କ ମାଧ୍ୟମରେ ସେଠାରେ ହିଁ ଆତ୍ମଲିଙ୍ଗକୁ ରଖି ଦେଇଥିଲେ। ଏହା ଜାଣି ରାବଣ କ୍ରୋଧିତ ହେବା ସହ ଆତ୍ମଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ମାତ୍ର ଏହାକୁ ଭୂମି ତଳୁ ସମ୍ପୂର୍ଣ୍ଣ ରୂପେ ବାହାର କରିପାରି ନଥିଲେ।
ତେଣୁ ଏହି କାରଣରୁ ଶିବଲିଙ୍ଗ ଭୂମି ଉପରକୁ ନୁହେଁ ବରଂ ଭୂମିର ବହୁ ତଳକୁ ରହିଛନ୍ତି। ଶିବଲିଙ୍ଗକୁ ସ୍ପର୍ଶ କରିବା ପାଇଁ ନିଜ ହାତକୁ କେବଳ ଭିତରୁ ନେବା ଦ୍ୱାରା ଏହା ସ୍ପର୍ଶ ହୋଇଥାଏ ବୋଲି କୁହାଯାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories