BJD Bijuli 480×75 Mob

ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଦାବି କଲେ ଶିବସେନା ସାଂସଦ

BJD Bijuli 480×75 Mob

ମୁମ୍ବଇ : ରାଷ୍ଟ୍ରପତି ନିର୍ବାଚନରେ ଶିବସେନା କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ତାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି। ଦଳର ଅଧିକାଂଶ ସାଂସଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଜଣାଇବାକୁ ଦାବି କରିଛନ୍ତି । ଫଳରେ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କଂଗ୍ରେସ ଓ ବିରୋଧୀ ଦଳଗୁଡିକ ପକ୍ଷରୁ ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଶିବସେନା ତାଙ୍କ ପ୍ରତି ପୂର୍ବରୁ ସମର୍ଥନ ଘୋଷଣା କରିସାରିଛି । ମାତ୍ର ସୋମବାର ଶିବସେନା ସାଂସଦଙ୍କ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଦାବି କରାଯାଇଛି। ଲୋକସଭାରେ ଶିବସେନାର ୧୯ଜଣ ସାଂସଦଙ୍କ ମଧ୍ୟରୁ ୧୨ଜଣ ବୈଠକରେ ଉପସ୍ଥିତ ରହିଥିଲେ । ସମନ୍ତେ ଦ୍ରୌପଦୀଙ୍କ ପ୍ରତି ସମର୍ଥନ ଜଣାଇଥିଲେ । ମାତ୍ର ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତଙ୍କୁ ସମର୍ଥନ କରିବାକୁ ଦାବି କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ସଞ୍ଜୟ ବୈଠକ ଛାଡି ପଳାଇ ଥିଲେ। ସାଂସଦ ଗଜାନନ କୀର୍ତ୍ତିକାର କହିଛନ୍ତି ଯେ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନେବେ ।

Comments are closed.