www.samajalive.in
Sunday, December 14, 2025
26.1 C
Bhubaneswar

‘ମୁଁ ଏନସିପି ନେତାଙ୍କ ପାଖରେ ବସେ, କିନ୍ତୁ ବାହାରକୁ ଆସିବା ପରେ ବାନ୍ତି କରେ’: ସିନ୍ଦେଙ୍କୁ ଅଡୁଆ ନିଜ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଜ ସହଯୋଗୀ ଦଳର ନେତାଙ୍କ ବିଷୟରେ ଘୃଣ୍ୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀପଦ ପାଇଥିବା ଶିବସେନା ବିଧାୟକ ତାନାଜୀ ସାଓ୍ବନ୍ତ। ସାଓ୍ବନ୍ତଙ୍କ ମନ୍ତବ୍ୟ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି(ଜାତୀୟତା କଂଗ୍ରେସ ପାର୍ଟି)କୁ ନେଇ ଗଠିତ ମହା ବିକାଶ ଅଘାଡ଼ି (ଏମଭିଏ) ମେଣ୍ଟ ସରକାର ଚାଲିଛି। ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କଂଗ୍ରେସ ଏବଂ ଏନସିପି ସହଯୋଗରେ ରାଜ୍ୟରେ ସରକାର ଗଠନ କରିଛନ୍ତି। ହେଲେ ନିଜ ଦଳର ଜଣେ ମନ୍ତ୍ରୀ ତାନାଜୀ ସାଓ୍ବନ୍ତ ସହଯୋଗୀ ଏନସିପି ନେତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଅଡୁଆରେ ପଡ଼ିଛନ୍ତି ସିନ୍ଦେ।

- Advertisement -

ବର୍ତ୍ତମାନ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିବା ସାଓ୍ବନ୍ତ ଏକ ଜନସମାବେଶରେ କହିଛନ୍ତି, ସେ କ୍ୟାବିନେଟ ବୈଠକ ସମୟରେ ଏନସିପି ନେତାଙ୍କ ପାଖରେ ବସନ୍ତି। କିନ୍ତୁ ବୈଠକ ସରିଲେ ବାହାରକୁ ଆସିବା ପରେ ସେ ବାନ୍ତି କରନ୍ତି। ସାଓ୍ବନ୍ତଙ୍କ ଏପରି ମନ୍ତବ୍ୟ ଏନସିପି ନେତାମାନଙ୍କୁ ଗଭୀର ଆଘାତ ଦେଇଛି। ସାଓ୍ବନ୍ତ ଆହୁରି କହିଛନ୍ତି, ସେ ଜଣେ କଠୋର ଶିବ ସୈନିକ। ସେ କଦାପି କଂଗ୍ରେସ ଏବଂ ଏନସିପି ସହିତ ଛିଡ଼ା ହୋଇପାରିବେ ନାହିଁ। ଛାତ୍ର ଜୀବନରୁ ତାଙ୍କର ଏପରି କଠୋର ଚିନ୍ତାଧାରା ରହିଆସିଛି। ଆଜି ଯଦି ବି ସେ କ୍ୟାବିନେଟରେ ଏନସିପି ନେତାମାନଙ୍କ ସହିତ ବସୁଛନ୍ତି, କିନ୍ତୁ ବାହାରକୁ ଆସିବା ପରେ ବାନ୍ତି କରନ୍ତି। ଏହା ସତ୍ୟ ବୋଲି କହିଛନ୍ତି ସାଓ୍ବନ୍ତ।

ସାଓ୍ବନ୍ତଙ୍କ ଏହି ମନ୍ତବ୍ୟ ପରେ ଏନସିପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏନସିପି କହିଛନ୍ତି, ବର୍ତ୍ତମାନ ତାନାଜୀ ସାଓ୍ବନ୍ତ ଏପରି ମନ୍ତବ୍ୟ ଦେବାରେ ୫ମ ବ୍ୟକ୍ତି। ଏନସିପି ମଧ୍ୟ ଏହାର ଜବାବ ଦେବାକୁ ସକ୍ଷମ। ମେଣ୍ଟ ଧର୍ମ ପାଳନ କରିବାର ଦାୟିତ୍ଵ କେବଳ ଏନସିପିର ନୁହେଁ ବୋଲି ଏନସିପି ନେତା ଅମୋଲ ମିତକାରୀ କହିଛନ୍ତି।

ସୂଚନାଯୋଗ୍ୟ, ସାଓ୍ବନ୍ତ ପୂର୍ବରୁ ଅନେକ ବିବାଦୀୟ ମନ୍ତବ୍ୟ ଦେଇଆସିଛନ୍ତି। ସେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କଥା ବି ଶୁଣନ୍ତି ନାହିଁ ବୋଲି ଗତବର୍ଷ କ୍ୟାମେରା ଆଗରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କହୁଥିବାର ଦେଖିବାକୁ ମିଳିଥିଲା। ଏପରି କି ଦେବେନ୍ଦ୍ର ଫଡନବୀସ ଏବଂ ଏକନାଥ ସିନ୍ଦେ ମହା ବିକାଶ ଅଘାଡ଼ୀ ସରକାର ଭାଙ୍ଗିବାକୁ ୧୦୦ରୁ ୧୫୦ ଥର ଶିବସେନାର କିଛି ବିଧାୟକଙ୍କ ସହିତ ବୈଠକ କରିସାରିଥିବା ସାଓ୍ବନ୍ତ ଗତ ମାର୍ଚ୍ଚରେ କହିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories