www.samajalive.in
Saturday, December 6, 2025
16.1 C
Bhubaneswar

ମହାରାଷ୍ଟ୍ର ସରକାରଙ୍କୁ ଋଣ ଦେବ ଶିରିଡ଼ି ସାଇ ଟ୍ରଷ୍ଟ

ମୁମ୍ବଇ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ମହାରାଷ୍ଟ୍ର ସରକାରଙ୍କୁ ଶିରିଡ଼ି ସ୍ଥିତ ସାଇବାବା ମନ୍ଦିର ଟ୍ରଷ୍ଟ ୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦେବ। ନଲ୍‍ୱାଣ୍ଡେ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ବିନା ସୁଧରେ ଏହି ଋଣ ସହାୟତା ରାଶି ଯୋଗାଇ ଦିଆଯିବ। ଋଣ ପରିଶୋଧର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇନାହିଁ। ପୂର୍ବରୁ ଏତେ ପରିମାଣର ଋଣ କୌଣସି ସରକାରୀ ଅନୁଷ୍ଠାନକୁ ଦିଆଯାଇନଥିବା ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଜେପି ନେତା ସୁରେଶ ହାୱାରେ କହିଛନ୍ତି।
୧୨୦୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରସ୍ତାବିତ ଏହି ଜଳସେଚନ ପ୍ରକଳ୍ପ ଆବଶ୍ୟକ ଅର୍ଥ ଅଭାବରୁ ଦୀର୍ଘ ବର୍ଷ ନିର୍ମାଣାଧୀନ ଅବସ୍ଥାରେ ପଡ଼ି ରହିଛି। ଏଣୁ ଋଣ ସହାୟତା ଯୋଗାଇ ଦେବାକୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟକୁ ଅନୁରୋଧ କରାଯାଇଥିଲା। ଗତ ଫେବୃଆରୀ ୧ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଦ୍‍ନାଭିସ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଗତ ଶନିବାର ଋଣ ସହାୟତା ଯୋଗାଇ ଦେବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଋଣ ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ଗୋଦାବରୀ-ମରାଠାୱାଡା ଜଳସେଚନ ବିକାଶ କର୍ପୋରେସନ୍‍ ଓ ସାଇବାବା ମନ୍ଦିର ଟ୍ରଷ୍ଟ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଶିରିଡ଼ି ସାଇ ବାବାଙ୍କ ଦର୍ଶନ ପାଇଁ ଦୈନିକ ୭୦ ହଜାର ଭକ୍ତ ଆସୁଛନ୍ତି। ପାର୍ବଣରେ ଭକ୍ତଙ୍କ ସଂଖ୍ୟା ଦୈନିକ ୩ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ତେଣୁ ମନ୍ଦିରରେ ପାନୀୟ ଜଳ ସମସ୍ୟା ସୃଷ୍ଟି ହେଉଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅହମ୍ମଦନଗର ଜିଲାର ୪ଟି ଗ୍ରାମ ସହିତ ଶିରିଡ଼ି ସାଇ ମନ୍ଦିରରେ ଭକ୍ତଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିବ ବୋଲି କୁହାଯାଉଛି। ଏହାପୂର୍ବରୁ ୪ଟି ସରକାରୀ ମେଡିକାଲ୍‍ କଳେଜ୍‍କୁ ସାଇବାବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ୭୧ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories