ସିଲଂରେ ସଂଘର୍ଷ: ସେନାର ଫ୍ଲାଗମାର୍ଚ୍ଚ, କର୍ଫ୍ୟୁ ଜାରି

0

ସିଲଂ : ମେଘାଳୟର ରାଜଧାନୀ ସିଲଂରେ ଦେଖାଯାଇଥିବା ସାମ୍ପ୍ରଦାୟିକ ସଂଘର୍ଷକୁ ନିୟନ୍ତ୍ରଣ ପାଇଁ ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହା ସହିତ ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଦ୍ୱିତୀୟ ଦିନ ପାଇଁ ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଶୁକ୍ରବାର ସାମ୍ପ୍ରଦାୟିକ ସଂଘର୍ଷରେ ଜଣେ ପୁଲିସ ଏସପିଙ୍କ ସହିତ ୧୦ଜଣ ଆହତ ହୋଇଛନ୍ତି। ଗୁରୁବାର ସକାଳେ ସରକାରୀ ପାଣି ଟ୍ୟାପ୍‍ରୁ ପାଣି ନେବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏକ ସରକାରୀ ବସ୍‍ ମୋଫାରନ ଅଞ୍ଚଳରେ ପାର୍କିଂ କରାଯିବାକୁ ନେଇ ମହିଳାଙ୍କର ପାଣି ନେବାରେ ଅସୁବିଧା ହୋଇଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯିବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଟେକା ପଥର ମାଡ କରିବାରୁ ଏହା ଉଗ୍ର ରୂପ ନେଇଥିଲା।

Leave A Reply