www.samajalive.in
Monday, December 15, 2025
26.1 C
Bhubaneswar

ୟୁରୋପରେ କରୋନାର ଓଲଟା ଗତି: ସେନସେକ୍ସ ଖସିଲା ୧୪୦୭ ପଏଣ୍ଟ; ନିବେଶକ ହରାଇଲେ ୭ ଲକ୍ଷ କୋଟି ଟଙ୍କା

ମୁମ୍ବାଇ: ଗତ କିଛିଦିନ ଧରି ସେନସେକ୍ସ କ୍ରମାଗତ ବୃଦ୍ଧି ପାଇ ରେକର୍ଡ଼ ୪୭୦୦୦ ପଏଣ୍ଟ ଅତିକ୍ରମ କରିବା ପରେ ସୋମବାର ଭାରତୀୟ ନିବେଶ ବଜାର ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇଛି । ଗୋଟିଏ ଦିନରେ ସେନସେକ୍ସ ୧୪୦୭ ପଏଣ୍ଟ ହ୍ରାସ ପାଇ ୪୫୫୫୪ରେ ପହଞ୍ଚିଛି । ଫଳସ୍ବରୂପ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ୟୁରୋପରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବା ପରେ ଭାରତୀୟ ଅର୍ଥବଜାର ଉପରେ ଏହାର ପ୍ରଭାବ ପଡ଼ିଛି ବୋଲି କୁହାଯାଉଛି ।

ସୂଚନା ଅନୁସାରେ ବିଏସଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ବଜାର ପୁଞ୍ଜି ଶୁକ୍ରବାର ଦିନ ୧୮୫ ଲକ୍ଷ କୋଟି ଟଙ୍କା ଥିବାବେଳେ ସୋମବାର ଏହା ୧୭୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ବିଏସଇ ସେନସେକ୍ସ ପରି ନିଫ୍ଟି ମଧ୍ୟ ହ୍ରାସ ପାଇଛି । ନିଫ୍ଟି ୪୩୨ ପଏଣ୍ଟ ହ୍ରାସ ପାଇ ୧୩୩୨୮ରେ ପହଞ୍ଚିଛି ।

- Advertisement -

ମିଳିଥିବା ସୂଚନା ଅନୁସାରେ ସୋମବାର ରିଲାଏନ୍ସ ସେୟାର ମୂଲ୍ୟ ୨.୯୨% ହ୍ରାସ ପାଇଛି ଏବଂ ଏହା ୧୯୩୪ ଟଙ୍କାରେ ପହଞ୍ଚିଛି । ଏହାର ବଜାର ମୂଲ୍ୟ ୧୩.୪୭ କୋଟି ଟଙ୍କାରୁ ୧୨.୨୬ କୋଟିକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଆଇଟିସି, ଏଚଡ଼ିଏଫସି ମାର୍କେଟ କ୍ୟାପିଟାଲ, ଆଇସିଆଇସିଆଇ ବ୍ୟାଙ୍କ ସହ ଉପଭୋକ୍ତା ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀର ସେୟାର ହ୍ରାସ ପାଇଛି ।

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories