www.samajalive.in
Saturday, December 6, 2025
16.1 C
Bhubaneswar

ଜୁନ ୬ ଶନି ଜୟନ୍ତୀ ; ବାସ୍ ଏହି ଉପାୟରେ ଦୂର ହେବ ଶନି ଦୋଷ, ମିଳିବ ଧନ ସମ୍ପତ୍ତି, ଚମକିବ ଭାଗ୍ୟ..

ନ୍ୟାୟର ଦେବତା ଓ କର୍ମଫଳଦାତା ଶନି ଦେବତା କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଶନି କ୍ରୋଧ କଲେ ଧନ ଅଭାବ, ଅସଫଳତା, ରୋଗ, ଦୁର୍ଘଟଣାର କାରଣ ପାଲଟିଥାଏ। ଶନି ଦେବତା ପ୍ରସନ୍ନ ରହିବା ଦ୍ୱାରା ଜୀବନରେ ଖୁସି ସହ ସଫଳତା ମିଳିଥାଏ। ଶନି ଜୟନ୍ତୀ ଦିନ ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କିଛି ସରଳ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟ ଆପଣାଇବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇ ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ। ଜାଣନ୍ତୁ..

ଶନି ଜୟନ୍ତୀ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ପାଳନ କରାଯାଏ। ଚଳିତ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ଜୁନ ୬ରେ ପାଳନ କରାଯିବ। ଶନି ଜୟନ୍ତୀରେ କିଛି ବିଶେଷ ଉପାୟ ଆପଣାଇ ଶନି ଦୋଷରୁ ମୁକ୍ତି ପାଇ ପାରିବେ..

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

ଶନି ଜୟନ୍ତୀ ଦିନ ଶନି ଦେବତାଙ୍କ ପୂଜାର୍ଚ୍ଚନା କରନ୍ତୁ। ମନ୍ତ୍ର ଜପ କରନ୍ତୁ। ଶନିଙ୍କ ସହ ଜଡିତ କଳା ବିରି, କଳା ରାଶି, ଛାଇ, କଳା ପୋଷାକ ଆଦି ଦାନ କରନ୍ତୁ। ଏହି ଜିନିଷକୁ ଦିନକ ପୂର୍ବରୁ ହିଁ କିଣନ୍ତୁ। ଶନି ଜୟନ୍ତୀ ଦିନ କିଣନ୍ତୁ ନାହିଁ।

ଶନି ଜୟନ୍ତୀ ଦିନ ଛାଇ ଦାନ କରନ୍ତୁ। ଏଥିପାଇଁ ଏକ ପାତ୍ରରେ କିମ୍ବା ଲୁହା ପାତ୍ରରେ ସୋରିଷ ତେଲ ନିଅନ୍ତୁ। ଏଥିରେ ନିଜ ଚେହେରା ଦେଖନ୍ତୁ। ଏହାସହ ପାତ୍ର ସହିତ ତେଲ ଦାନ କରନ୍ତୁ। କିମ୍ବା ଶନି ମନ୍ଦିରରେ ରଖି ଦିଅନ୍ତୁ। ଏହାଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ।

ଶନି ଜୟନ୍ତୀ ଦିନ ଶନି ଦେବତାଙ୍କ ସହ ପ୍ରଭୁ ହନୁମାନଙ୍କୁ ମଧ୍ୟ ଆରାଧନା କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ସୁନ୍ଦରାକାଣ୍ଡ ମଧ୍ୟ ପାଠ କରି ପାରିବେ। ଏହାଦ୍ୱାରା ଶନିଙ୍କ ଅଶୁଭ ପ୍ରଭାବରୁ ରକ୍ଷା ମିଳିଥାଏ।

 

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories