www.samajalive.in
Saturday, December 6, 2025
26.1 C
Bhubaneswar

ଦେଶର ସର୍ବ କନିଷ୍ଠ ସାଂସଦ ହେଲେ ସଞ୍ଜନା ଜାଟବ, ପୁରୁଣା ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ଜନସାଧାରଣଙ୍କ ମନରେ ଯାହା ଥିଲା ତାହା ଏବେ ସାମ୍ନାକୁ ଆସିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ଏଥର ବେଶ୍‌ ଭଲ ପ୍ରଦର୍ଶନ କରିଛି। ଇତି ମଧ୍ୟରେ ଗୋଟିଏ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା, ଆଉ ସେହି ନାଁ ହେଉଛି ସଞ୍ଜନା ଜାଟବ। ସଞ୍ଜନା ଭରତପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଏବଂ ସେଠାରୁ ସେ ବିପୁଳ ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ରାମସ୍ଵରୂପ କୋଲିଙ୍କୁ ୫୧,୯୮୩ ଭୋଟ୍‌ରେ ପରାସ୍ତ କରି ବିଜୟର ବାନା ଉଡ଼ାଇଛନ୍ତି ସଞ୍ଜନା। ଏବେ ସଞ୍ଜନାଙ୍କ ନାଁ ଚର୍ଚ୍ଚାରେ। କାରଣ ସେ ସର୍ବ କନିଷ୍ଠ ସାଂସଦ ହୋଇଛନ୍ତି। ସଞ୍ଜନାଙ୍କ ବୟସ ମାତ୍ର ୨୫ ବର୍ଷ।

ଗୋଟିଏ ପଟେ ସଞ୍ଜନାଙ୍କ ବିଜୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଅନ୍ୟପଟେ ତାଙ୍କର ଏକ ଡାନ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଭିଡିଓରେ ସଞ୍ଜନା ଖୁସିରେ ଝୁମି ନାଚୁଥିବା ଦେଖିବାକୁ ମିଳିଛି। ହରିୟାଣା ଗୀତରେ ସଞ୍ଜନାଙ୍କ ନୃତ୍ୟ ଲୋକଙ୍କୁ ବହୁତ ପ୍ରଭାବିତ କରିଛି, କାରଣ ସଞ୍ଜନା ଏକୁଟିଆ ନୁହେଁ ବରଂ ଅନ୍ୟ କେତେକ ମହିଳାଙ୍କ ସହ ନାଚୁଛନ୍ତି। ସବୁ ମହିଳାମାନେ ଲମ୍ବା ଓଢଣା ଟାଣି ଆନନ୍ଦରେ ନାଚୁଥିବା ଦେଖିବାକୁ ମିଳିଛି।

- Advertisement -


ଏହି ଭିଡିଓ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ ଲୋକେ ସଞ୍ଜନାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି, ସବୁଠୁ କମ୍ ବୟସର ସାଂସଦ ଆଖ୍ୟା ନିଜ ନାଁରେ କରିନେଲ.. ବାଃ। ଅନ୍ୟ ଜଣେ ଲେଖିଛନ୍ତି, ସଞ୍ଜନା ଜାଟବଙ୍କ ଲୋକ ନୃତ୍ୟ ମଧ୍ୟ ଚର୍ଚ୍ଚାରେ ରହିବ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories