www.samajalive.in
Saturday, December 6, 2025
15.1 C
Bhubaneswar

ଅପେକ୍ଷାର ଅନ୍ତ! ରିଲିଜ୍‌ ହେଲା ‘ଶମଶେରା’ର ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଶମଶେରା’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଚାରି ବର୍ଷ ପରେ ବଡ ପରଦାକୁ ଫେରୁଥିବା ରଣବୀରଙ୍କ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହେବା ପରଠାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଆଉ ଏବେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ଡକାୟତ ଭୂମିକାରେ ରଣବୀର କପୁରଙ୍କ ଜବରଦସ୍ତ ଅନ୍ଦାଜ୍‌ ଦେଖିବାକୁ ମିଳିବା ସହ ପୁଲିସ ସାଜିଥିବା ସଞ୍ଜୟ ଦତ୍ତ ମଧ୍ୟ ପ୍ରତ୍ୟେକ ଥର ଭଳି ତାଙ୍କ ନକରାତ୍ମକ ଭୂମିକାରେ ଅତ୍ୟନ୍ତ ଭୟଙ୍କର ଦେଖା ଯାଉଛନ୍ତି।

ଟ୍ରେଲରରେ ରଣବୀରଙ୍କ ଅଭିନୟ ସହିତ ତାଙ୍କ ଲୁକ୍ ମଧ୍ୟ ଚମତ୍କାର ରହିଛି। ସଞ୍ଜୟ ଦତ୍ତ ଇନ୍ସପେକ୍ଟର ଶୁଦ୍ଧ ସିଂଙ୍କ ନକରାତ୍ମକ ଚରିତ୍ରକୁ ଜୀବନ୍ତ କରି ଦେଇଛନ୍ତି। ଏହା ବ୍ୟତୀତ ବାଣୀ କପୁର ମଧ୍ୟ ଜଣେ ନର୍ତ୍ତକୀ ଭୂମିକାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବାଣୀ ନିଜ ଚରିତ୍ର ପାଇଁ ଖୁବ୍‌ ପରିଶ୍ରମ କରିଛନ୍ତି। ସର୍ବୋପରି କହିବାକୁ ଗଲେ ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନକୁ ଛୁଇଁବାରେ ସକ୍ଷମ ହୋଇଛି। ଚଳଚ୍ଚିତ୍ରର ବିଶେଷତ୍ବ ହେଉଛି, ଏଥିରେ ରଣବୀରଙ୍କ ଡବଲ ରୋଲ ଦେଖିବାକୁ ମିଳିବ। ଜୁଲାଇ ୨୨ ତାରିଖରେ ପରଦାକୁ ଆସିବ ‘ଶମଶେରା’।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories