ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ଶକ୍ତି ସିଂ ଗୋହିଲ ବୁଧବାର କହିଛନ୍ତି ଯେ, କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ନିଜ ସ୍ତାନରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଗୋହିଲ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସମସ୍ୟା ହେତୁ ମନମୋହନ ରାହୁଲଙ୍କୁ ତାଙ୍କ ସ୍ତାନରେ ବଦଳାଇବାକୁ ଚାହୁଁଥିଲେ କିନ୍ତୁ ରାହୁଲ ଏହାକୁ ପ୍ରତ୍ୟାଖ୍ୟାନ କରି ମନମୋହନଙ୍କୁ ଶାସନକାଳ ସମାପ୍ତ କରିବାକୁ ଅନୁରୋଧ କରିଥିଲେ।
ଏକ ଅନଲାଇନ୍ ମିଡିଆ ସଂକ୍ଷିପ୍ତ ବୈଠକରେ ଗୋହିଲ କହିଛନ୍ତି ଯେ, ଗାନ୍ଧୀ ପରିବାର ସର୍ବଦା ଲୋକଙ୍କ ସେବା କରିଆସିଛନ୍ତି ଏବଂ କ୍ଷମତା ପାଇଁ କେବେ ହେଲେ ଲୋଭ କିମ୍ବା ଇଚ୍ଛା କରିନାହାଁନ୍ତି। ପୂର୍ବ ଉଦାହରଣଗୁଡିକ ଦର୍ଶାଇ ସେ କହିଛନ୍ତି ଯେ, ଗାନ୍ଧୀ ପରିବାର କେବେବି ପଦବୀ ଦ୍ୱାରା ଆକର୍ଷିତ ହୋଇନଥିଲେ। ଦେଶର ବିଭିନ୍ନ ଯୁବ କର୍ମୀମାନେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପାଇଁ କହିଥିଲେ ମଧ୍ୟ ରାହୁଲ ଏଥିପ୍ରତି ଇଛା ପ୍ରକାଶ କରିନଥିଲେ।
ଗୋହିଲଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସରେ ନେତୃତ୍ୱ ଉପରେ ବିତର୍କ ଚାଲିଛି ଏବଂ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ କେହି ଅଣ-ଗାନ୍ଧୀ ଦଳର ପ୍ରତିନିଧିତ୍ୱ କରିବା ଉଚିତ୍।
ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ ମନମୋହନ : କଂଗ୍ରେସ
Popular Categories



