www.samajalive.in
Monday, December 15, 2025
26.1 C
Bhubaneswar

ଗୋପାଳପୁର ବିଜେପି ପକ୍ଷରୁ ଶକ୍ତିବନ୍ଦନ କାର୍ଯ୍ୟକ୍ରମ

ଗୋପାଳପୁର: ଗୋପାଳପୁର ଭାରତୀୟ ଜନତା ପାର୍ଟି ତରଫରୁ ଶୁକ୍ରବାର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶକ୍ତିବନ୍ଦନ କାର୍ଯ୍ୟକ୍ରମ ଗୋଳନ୍ଥରାସ୍ଥିତ ବନ୍ଦେ ମାତରମ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତାପାତ୍ର ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ବିଭୁତି ଭୂଷଣ ଜେନା, ଜିଲା ଉପସଭାପତି ଗଙ୍ଗାଧର ଶତପଥୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଢଙ୍ଗୀ, ଜିଲ୍ଲା ମହିଳା ମୋର୍ଚ୍ଚା ପୂର୍ବତନ ସଭାନେତ୍ରୀ ରତ୍ନଗର୍ଭା ସରସ୍ବତୀ ଦେଵୀ, ଯୁବମୋର୍ଚା ସଭାପତି ଶିବ ନାୟକ ଏହି କର୍ମଶାଳାର ମହତ୍ୱକୁ ବୁଝାଇ ପ୍ରତ୍ୟେକ ନାରୀଙ୍କୁ ‘ମୁଁ ମୋଦୀଙ୍କ ଶକ୍ତି’ ହେବାପାଇଁ ପ୍ରେରଣା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ସଶକ୍ତି କରେଇବାର ଯେଉଁ ସଂକଳ୍ପ ନେଇଛନ୍ତି ତାକୁ କିପରି ସଫଳ କରେଇବା ସେଇ ଦିଗରେ ଆଲୋକପାତ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଦଳରେ ‘ମୁ ମୋଦୀଙ୍କ ଶକ୍ତି’ ରୂପେ ଅସଂଖ୍ୟ ମହିଳାଙ୍କୁ ଯୋଡିବା ପାଇଁ ବିଭୁତି ଭୂଷଣ ଜେନା ଆହ୍ୱାନ ଦେଇଥିଲେ। ଆଜି ସମୟ ଆସିଛି ବିଜେପି ସରକାର ଗଢିବାପାଇଁ ମୋଦୀଙ୍କ ଶକ୍ତି ରୂପେ ଠିଆ ହେବା ପାଇଁ। ଏହି କାର୍ଯ୍ୟକ୍ରମକୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ନାରୀଶକ୍ତି ବନ୍ଦନର ସଂଯୋଜିକା ଅନୁଯା ନନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋନିକା ପ୍ରହାରାଜ, ଟି.ଭୂମିଲକ୍ଷ୍ମୀ, ସୁଜାତା ନାୟକ, ଲକ୍ଷ୍ମୀ ନାୟକ ପ୍ରମୁଖ ମଣ୍ଡଳ ସଭାନେତ୍ରୀମାନଙ୍କ ସହ ବହୁତ ମହିଳା କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories