www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ନଜର ଆସିବେ ଶାହରୁଖ୍‍ !

ମୁମ୍ବଇ : ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କୁ ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଥଲପଥୀ ୬୩’ରେ ଶାହରୁଖ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ଚଳଚ୍ଚିତ୍ରରେ ଶାହରୁଖ ଅତିଥି କଳାକାର ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏଥିରେ ତାଙ୍କର ଭୂମିକା ୧୫ ମିନିଟରୁ ଅଧିକ ସମୟର ରହିଛି, ଯେଉଁଥିରେ ତାଙ୍କୁ ବିଜୟଙ୍କ ସହ ଲଢୁଥିବା ଦେଖିବାକୁ ମିିଳିବ। ଚଳଚ୍ଚିତ୍ର ନିର୍ମାତା ଏହି ଭୂମିକା ପାଇଁ ବଲିଉଡ଼ର ଜଣେ ପ୍ରମୁଖ କଳାକାରଙ୍କ ଅନ୍ୱେଷଣରେ ଥିଲେ। ପରେ ଏହି ଭୂମିକାରେ ଅଭିନୟ କରିବା ପାଇଁ ଶାହରୁଖଙ୍କୁ ପ୍ରସ୍ତାବ ଦିଆଯାଇଥିଲା ଓ ସେ ଏହି ପ୍ରସ୍ତାବରେ ରାଜି ମଧ୍ୟ ହୋଇଥିଲେ। ତାଙ୍କ ଭୂମିକାର ଶୁଟ୍‍ ପାଇଁ ପ୍ରାୟ ୪-୫ ଦିନ ସମୟ ଲାଗିବ। ତେବେ ଶୁଟିଂ ଚେନ୍ନାଇ ନା ମୁମ୍ବଇରେ ହେବ ଏନେଇ ଆଲୋଚନା ଜାରି ରହିଛି। ଏନେଇ ବିଧିବଦ୍ଧ ଘୋଷଣା ମଧ୍ୟ ବାକି ଅଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories