www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଭୁ ହନୁମାନଙ୍କ ଏପରି ଫଟୋ ଗୃହରେ ଲଗାଇବା ଦ୍ୱାରା ଦୂର ହୋଇଥାଏ ବହୁ ସମସ୍ୟା

ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଯେତେ ସହଜ ସେତେ କଷ୍ଟ ମଧ୍ୟ। ପ୍ରଭୁଙ୍କ ଭକ୍ତିରେ ଉତ୍ତମ ଓ ପବିତ୍ର ଭାବନା ରଖିବା ନିତ୍ୟାନ୍ତ ଆବଶ୍ୟକ। ଯେଉଁ ଘରେ ହନୁମାନଙ୍କର ଫଟୋ କିମ୍ବା ମୂର୍ତ୍ତି ଥାଏ, ସେମାନଙ୍କର ଖୁବ ମଙ୍ଗଳ ହୋଇଥାଏ। ବାସ୍ତୁ ଅନୁଯାୟୀ, ସର୍ବଦା ପ୍ରଭୁ ହନୁମାନଙ୍କ ମୁହଁ ଯେପରି ଘରର ଦକ୍ଷିଣ ଦିଗ ଆଡ଼କୁ ହୋଇ ରହେ ସେଭଳି ଫଟୋ ଲଗାଇବା ଉଚିତ। ପ୍ରଭୁଙ୍କର ଏହି ଫଟୋ ବସିଥିବା ଶୈଳୀରେ ଲାଲ ରଙ୍ଗ ହେବା ଆବଶ୍ୟକ।
ଏପରି ଫଟୋ ଲଗାଇବା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ଶୟନ କକ୍ଷରେ ପ୍ରଭୁ ହନୁମାନଙ୍କ ଫଟୋ ଲଗାଇବା ଉଚିତ ନୁହେଁ।
ପ୍ରଭୁ ଶ୍ରୀରାମଙ୍କର ନିକଟରେ ଭକ୍ତିପୂର୍ଣ୍ଣ ମୁଦ୍ରାରେ ଥିବା ହନୁମାନଙ୍କର ଫଟୋ ଲଗାଇବା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ।
ଘରର ବୈଠକ ଘରେ ପ୍ରଭୁ ଶ୍ରୀରାମଙ୍କ ଦରବାରରେ ପ୍ରଭୁ ହନୁମାନ ଥିବାର ଫଟୋ ଲଗାନ୍ତୁ।
ପର୍ବତକୁ ଉଠାଇଥିବା ପ୍ରଭୁ ହନୁମାନଙ୍କର ଫଟୋ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଶରୀର ଠାରୁ ରୋଗ ଦୂରେଇ ରହେ।
ଶ୍ରୀରାମଙ୍କ ଭଜନ କରୁଥିବା ପ୍ରଭୁ ହନୁମାନଙ୍କର ଫଟୋ ଲଗାଇବା ଦ୍ୱାରା ଘରେ ସଭିଁଙ୍କ ମନରେ ଭକ୍ତର ଭାବ ରହିଥାଏ।
ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦିର ଲଡ଼ୁ ଭୋଗ ଭାବେ ଅର୍ପଣ କରନ୍ତୁ। ମଙ୍ଗଳବାର ଦିନ ଲାଲ ରଙ୍ଗର ସିନ୍ଦୂର ପ୍ରଭୁ ହନୁମାନଙ୍କ ମନ୍ଦିରରେ ଅର୍ପଣ କରନ୍ତୁ। ଏହି ସିନ୍ଦୂରରେ ଶ୍ରୀରାମ ଲେଖି ଦିଅନ୍ତୁ। ରାଶିର ତେଲର ଦୀପ ପ୍ରଭୁ ହନୁମାନଙ୍କ ନିକଟରେ ଲଗାନ୍ତୁ। ଏହା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories