www.samajalive.in
Saturday, December 6, 2025
19.1 C
Bhubaneswar

ଶାହୀନବାଗ ଓ ଜାମିଆ ବିକ୍ଷୋଭ ପ୍ରଦର୍ଶନ ଉଦ୍ଦେଶ୍ୟ ପ୍ରଣୋଦିତ – ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ୫ ଦିନ ବାକି ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ପ୍ରଚାରରେ କହିଛନ୍ତି ଯେ ସିଲାମପୁର, ଜାମିଆ ଓ ଶାହୀନବାଗ ଅଞ୍ଚଳରେ ସଂଶୋଧିତ ନାଗରିକତା ଆଇନକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ କୌଣସି ସଂଯୋଗବଶତଃ ହୋଇଥିବା ଘଟଣା ନୁହେଁ ବରଂ ଉଦ୍ଦେଶ୍ୟ ପ୍ରଣୋଦିତ। ସେ କହିଛନ୍ତି, ଗତ କିଛି ଦିନ ହେବ ସିଲାମପୁର, ଜାମିଆ ଓ ଶାହୀନବାଗ ଅଞ୍ଚଳରେ କ୍ରମାଗତ ଭାବେ ସଂଶୋଧିତ ନାଗରିକ ଆଇନକୁ ବିରୋଧ କରି ପଦର୍ଶନ କରାଯାଉଛି। ଏହା ସଂଯୋଗବଶତଃ ହେଉନାହିଁ। ଦେଶକୁ ଭାଗ ଭାଗ କରିବାକୁ ଉଦ୍ୟମ ହେଉଛି ଏବଂ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ଯାହା ଦେଶର ଏକତା ପ୍ରତି ବିପଦ।

ପୂର୍ବ ଦିଲ୍ଲୀର କରକରଡ଼ୁମାରେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ଉଦବୋଧନରେ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ କହିଛନ୍ତି ଯେ ତାଙ୍କ ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ଥର ପାଇଁ ବିରୋଧୀ ଦଳଗୁଡିକ ସରକାର ବିରୋଧରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୭୦ ବର୍ଷ ପରେ ଧାରା ୩୭୦ ଉଛେଦ ହେଲା, ୭୦ ବର୍ଷ ପରେ ରାମ ଜନ୍ମଭୂମି ନିଷ୍ପତ୍ତି ଆସିଲା, ୭୦ ବର୍ଷ ପରେ କର୍ତ୍ତାରପୁର କରିଡର ସାହିବ ପାଠ ଉନ୍ମୁକ୍ତ ହେଲା, ୭୦ ବର୍ଷ ପରେ ଭାରତ-ବାଂଲାଦେଶ ସୀମା ବିବାଦର ସମାଧାନ ହେଲା ଏବଂ ୭୦ ବର୍ଷ ପରେ ନାଗରିକତା ଆଇନରେ ସଂଶୋଧନ ହେଲା। ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତ ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories