www.samajalive.in
Saturday, December 6, 2025
26.1 C
Bhubaneswar

‘ବିଶ୍ବ କର୍କଟ ଦିବସ’ : ୫ଟି ଖାଦ୍ୟ, ଯାହା ଆପଣଙ୍କୁ କ୍ୟାନ୍ସରଠାରୁ ରଖିବ ଦୂରେଇ

ଚଳିତ ଦିନରେ ଅଧିକାଂଶ ଲୋକ କର୍କଟ ରୋଗରେ ପୀଡ଼ିତ। ହୁଏତ କ୍ବଚିତ୍ ଲୋକ ଏହି ରୋଗ ସହ ଲଢି ବିଜୟ ହାସଲ କରି ପାରୁଛନ୍ତି। ଆଜି କାଲିର ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଏହାର ଏକ ମୁଖ୍ୟ କାରଣ। ତେଣୁ କର୍କଟରୁ ଦୂରେଇ ରହିବା ପାଇଁ ସଚେତନତା ନିହାତି ଆବଶ୍ୟକ। ଲୋକଙ୍କ ମଧ୍ୟରେ କର୍କଟ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଫେବୃୟାରୀ ୪ ତାରିଖକୁ ‘ବିଶ୍ବ କର୍କଟ ଦିବସ’ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ଆସନ୍ତୁ ଜାଣିବା ଏପରି କିଛି ବିଶେଷ ଖାଦ୍ୟ ବିଷୟରେ, ଯାହା ଆପଣଙ୍କୁ କର୍କଟଠାରୁ ଦୂରେଇ ରଖିବାରେ ସହାୟକ ହେବ।

ଟମାଟର- ଟମାଟର ଭିଟାମିନ୍-ସି’ର ଏକ ମୁଖ୍ୟ ସ୍ରୋତ। ଏହା ସହିତ ଏଥିରେ ଜୈବିକ ସୋଡ଼ିୟମ୍‌, ଫସଫରସ, କ୍ୟାଲସିୟମ, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ସଲ୍ଫର ଆଦି ଭରପୁର ମାତ୍ରାରେ ଥାଏ। ଟମାଟରରେ ଥିତବା ଗ୍ଲୁଟାଥିୟୋନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଓ ଏହା ପ୍ରୋଷ୍ଟେଟ୍ କର୍କଟରୁ ରକ୍ଷା କରିଥାଏ।

- Advertisement -

ବ୍ରୋକୋଲୀ- ବ୍ରୋକୋଲୀରେ ଇଣ୍ଡୋଲ-୩ କାର୍ବିନାଲ ଥାଏ, ଯାହା ହେଉଛି ଏକ ଆଣ୍ଟି ଅକ୍ସିଡାଣ୍ଟ। ଏହା ଆଷ୍ଟ୍ରୋଜେନ୍‌କୁ ଭାଙ୍ଗି ବ୍ରେଷ୍ଟ କ୍ୟାନ୍ସର, ସର୍ଭିକ୍ସ କ୍ୟାନ୍ସର ଏବଂ ଓଭାରୀ କ୍ୟାନ୍ସରରୁ ରକ୍ଷା କରିଥାଏ।

ବେରୀ- ବ୍ଲୁବେରୀରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ, ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଜଙ୍ଗଲୀ ବ୍ଲୁବେରୀ, ଷ୍ଟ୍ରବେରୀ ଓ ଅଙ୍ଗୁର ଖାଇବା ଦ୍ବାରା ସର୍ଭାଇକଲ କର୍କଟ ହେବାର ଆଶଙ୍କାକୁ କମ୍ କରିଥାଏ।

ଗାଜର- ଗାଜରରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ। ଗାଜର କୋଷିକାକୁ ସୁରକ୍ଷିତ ରଖିଥାଏ ଓ ରୋଗ ପ୍ରତିରୋଧକ ପ୍ରଣାଳୀକୁ ମଜଭୂତ କରିଥାଏ। ଗାଜରର ବାହାର ପରସ୍ତରେ ଥିବା ବିଟା କ୍ୟାରୋଟିନ୍‌ ପ୍ରାକୃତିକ ଭାବେ ଚର୍ମ କର୍କଟରୁ ରକ୍ଷା କରିଥାଏ।

ହଳଦୀ- ହଳଦୀରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଆଇରନ୍‌, ଭିଟାମିନ ବି-୬, ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ଼୍‌ ଓ ଆଣ୍ଟିସେପ୍ଟିକ୍ ଗୁଣ ଥାଏ। କର୍କଟରୁ ରକ୍ଷା କରିବାରେ ହଳଦୀ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କର୍କଟ ଚିକିତ୍ସାରେ ମଧ୍ୟ ହଳଦୀକୁ ଔଷଧୀ ଭାବେ ବ୍ୟବହାର କରାଯାଏ। ନିୟମିତ ହଳଦୀ ସେବନ କରିବା ଦ୍ବାରା କର୍କଟ ଭଳି ପ୍ରାଣଘାତୀ ରୋଗରୁ ରକ୍ଷା ମିଳିପାରିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories