www.samajalive.in
Tuesday, December 9, 2025
23.1 C
Bhubaneswar

ପୁରୁଣାକଟକରେ ବିଜେପି ପକ୍ଷରୁ ସେବା ଏବଂ ସମର୍ପଣ ଦିବସ ପାଳିତ

ହରଭଙ୍ଗା : ପୁରୁଣା କଟକ ଠାରେ ସେବା ଏବ୍ଂ ସମର୍ପଣ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ପୁରୁଣା କଟକ ସ୍ଵସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହାପରେ କରୋନା ଦିତୀୟ ଡୋଜ୍ ମାଗଣା ଟିକାଦାନ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସର୍ବଭାରତୀୟସ୍ତରରେ କିପରି ଟିକାକରଣ ମାଗଣାରେ ସମସ୍ତଙ୍କୁ ଦିଆ ଯାଉଅଛି ତାହା ସମସ୍ତଙ୍କୁ ବୁଝାଇ ଦିଆଯାଇଥିଲା। ତା’ ପରେ ପୁରୁଣା କଟକ ପଞ୍ଚାୟତ ଦ୍ଵାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ଚାଉଳ ସଂଗ୍ରହ ପାଇଁ ” ମୋଦି ବ୍ୟାଗ” ମାଗଣାରେ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଜିର ସମସ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ମଣ୍ଡଳ ପ୍ରଭାରୀ ମାଗୁଣି ଗାଈଗୌରୀଅକ୍ଷ ,ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସାହୁ, ବୁଲୁ ଯୋଶୀ, ଅନ୍ତର୍ଯ୍ୟାମୀ ମିଶ୍ର, ଅଶୋକ ସେଠି, ପ୍ରବୀର ମହାର, ସୁବାଷ୍ ପ୍ରଧାନ , ପୂର୍ଣ୍ଣଚନ୍ଦ୍ର ଗାଈ ଗୁରିଆ, ବାମନ ବାରିକ, ଗରୁଡ଼ ପ୍ରଧାନ , କୁନା ମହାର, ଶୁଭ୍ରାଂଶୁ ପ୍ରଧାନ, ବୃନ୍ଦା ଦନ୍ତକ୍ଷ ପ୍ରମୁଖ ବହୁ ବିଜେପି ନେତୃବୃନ୍ଦ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories