www.samajalive.in
Friday, December 5, 2025
20.1 C
Bhubaneswar

ସର୍ଭିସ ରାସ୍ତାର ଅସଲ ଚିିତ୍ର, ଚାଲୁଛି ଟ୍ରକ୍ ପାର୍କିଂ ସହ ଗ୍ୟାରେଜ କାମ

ରେଙ୍ଗାଲିକେମ୍ପ : ପଦଚାରୀଙ୍କ ଗମନା ଗମନ ପାଇଁ ରହିଛି ସର୍ଭିସ ରାସ୍ତା। ଏହି ସର୍ଭିସ ରାସ୍ତାରେ ଭାରୀଯାନ ଯିବା ଆସିବା କରିବା ଆଇନତଃ ମନା। ବାଇକ ଚାଳକ ତଥା ପଦଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ସର୍ଭିସ ରାସ୍ତା ଗୁଡିକ ତିଆରି କରିଛନ୍ତି।ହେଲେ କିଛି ବ୍ୟକ୍ତିମାନେ ଏହି ନିୟମକୁ ବେଖାତିର କରି ଏହି ରାସ୍ତାରେ ଟ୍ରକ ପାର୍କିଙ୍ଗ କରିବା ସହ ରାସ୍ତାରେ ଗ୍ୟାରେଜ କାମ ମଧ୍ୟ କରାଯାଉଛି। ଯାହା ଦେଖିବାକୁ ମିଲିଛି ଅତାବିରା ଏନ ଏ ସି ଅନ୍ତର୍ଗତ ଲାଦେରପାଲିର ବୁଟୁବନ୍ଦ ସମ୍ମୁଖରେ ୫୩ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସର୍ଭିସ ରାସ୍ତା। ଏହି ସର୍ଭିସ ରାସ୍ତାଟିକୁ ଟ୍ରକଗୁଡିକ ଅଟକି ରହି ରାସ୍ତା ଅବରୋଧ କରୁଛି। ଫଳରେ ପଦଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିକି ଗତ ଦିନଗୁଡିକରେ ଅନେକ ଛୋଟବଡ ଦୂର୍ଘଟଣା ଘଟି ଲୋକଙ୍କ ଜୀବନ ବି ମୂତ୍ୟୁମୁଖରେ ପଡିସାରିଛି। ଟ୍ରାଫିକ ନିୟନ୍ତ୍ରଣ ପୋଲିସ ଓ ଆରଟିଓ ବିଭାଗ ରାସ୍ତାରେ ସାଧାରଣ ଲୋକଙ୍କ ଛୋଟଗାଡିଟିଏ ଅଟକି ଗଲେ ବି ଦୌଡିଆସି ତାକୁ ହଟାଇଉଛନ୍ତି ଓ ତାଙ୍କଠାରୁ ଫାଇନ ନେଇଥାନ୍ତି। ହେଲେ ଏହି ସର୍ଭିସ ରାସ୍ତାରେ ଦୀର୍ଘଦିନ ଧରି ବଡ ବଡ ଟ୍ରକ ଅଟକି ଯାଇ ସେଠାରେ ଗ୍ୟାରେଜ କାମ ମଧ୍ୟ କରୁଛନ୍ତି। କିନ୍ତୁ ଏହି ଟ୍ରକ ମାଲିକମାନଙ୍କ ପାଇଁ ନା ଅଛି ଫାଇନ ନା ଟ୍ରାଫିକ ନିୟମ। ସେମାନେ ବ୍ୟକ୍ତିଗତ ଭାବରେ ବ୍ୟବହାର କଲାପରି ଏହି ରାସ୍ତାକୁ ଅବରୋଧ କରି ଚାଲିଛନ୍ତି। ଅନେକ ଥର ଏହାକୁ ନେଇ ଅଭିଯୋଗ ବି ହୋଇ ସାରିଛି। ପାଖରେ ରହିଛି ଅବକାରୀ ବିଭାଗ କାର୍ୟ୍ୟାଳୟ, ବିଦ୍ୟୁତ କାର୍ଯ୍ୟାଳୟ ତଥା ସ୍କୁଲ, ପିଡବ୍ଲୁଡି, ରେଷ୍ଟି ଅଫିସ। ତେଣୁ ଏହି ରାସ୍ତାଦେଇ ଅନେକ ବିଭାଗୀୟ ଅଧିକାରୀ ଯିବା ଆସିବା କରୁଛନ୍ତି। ତଥାପି ମଧ୍ୟ ଏହି ରାସ୍ତା ଅବରୋଧ ହୋଇ ରହୁଛି। ଆଉ କେତେ ଦିନ ପରେ ଏହା ଉପରେ ପଦକ୍ଷେପ ନିଆଯାଇ ଏହି ଟ୍ରକମାଳିକ ମାନଙ୍କ ପାଇଁ ଫାଇନ ଲାଗୁ ହେବ ତାହା ନେଇ ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି। ସହର ସୌନ୍ଦର୍ୟ୍ୟକରଣ କରାଯିବା ପାଇଁ ଅନେକ ପ୍ରକାର ଯୋଜନା ଆସୁଛି ହେଲେ ଏହି ସାର୍ଭିସ ରାସ୍ତାରେ ଟ୍ରକ ଗୁଡିକର ଗ୍ୟାରେଜ କାମରୁ ବାହାରୁଥିବା ପୋଡା ମୋବିଲ ଆଉ ଆବର୍ଜନା ରାସ୍ତାରେ ପଡି ଦୁର୍ଗନ୍ଧ ହେବା ସହ ପରିବେଶ ପ୍ରଦୂଷଣ ହେଉଛି ତଥାପି କାହାରି ଏଥିପ୍ରତି ଦୃଷ୍ଟି ପଡୁ ନଥିବା ନେଇ ଜନ ଅସନ୍ତୋଷ ବଢିଚାଲିଛି। ତେବେ ଶୀଘ୍ର ଏହି ସାର୍ଭିସ ରାସ୍ତାରୁ ଟ୍ରକ ହଟାଇବା ପାଇଁ ଏନଏସିି କର୍ତ୍ତୃପକ୍ଷ ଓ ର।ଜସ୍ଵ ଅଧିକାରୀ ଏ ଉପରେ ଉଚ୍ଚ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories