ମଙ୍ଗଳବାର ରାଶିଫଳ (୧-୦୯-୨୦୨୦)

ମେଷ: ପାରିବାରିକ ଅର୍ଥ ପ୍ରାପ୍ତ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।

ବୃଷ: ସୁସମ୍ବାଦ ମିଳିବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ଅର୍ଥ ମିଳିବ।

ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ଶେଷରେ ବିଜୟୀ ହେବେ। ଅବିଚଳ ହୋଇପାରନ୍ତି।

କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ଯୋଗ ଅଛି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିବା ଭଲ। ପରାମର୍ଶଦାତା ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବାକୁ ପଡ଼ିବ।

ସିଂହ: ପ୍ରିୟ ଲୋକଙ୍କଠାରୁ ସହାୟତା ରାଶି ମିଳିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ୱାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

କନ୍ୟା: ଶତ୍ରୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ସମାଚାର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ମଙ୍ଗଳମୟ ରହିଛି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ପ୍ରବଳ ଉଦ୍ୟମ ଚଳାଇ ଋଣ ପରିଶୋଧ କରିବେ।

ତୁଳା: ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଚକ୍ଷଣ ବୁଦ୍ଧିଯୋଗୁଁ ସର୍ବ ଜନାନୁରକ୍ତ ହେବେ।

ବିଛା: ଆର୍ଥିକ ସମସ୍ୟା ଘେନି ପ୍ରତିଦ୍ୱନ୍ଦ୍ବିତାର ସମ୍ମୁଖୀନ ହୋଇପାରନ୍ତି। ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସତ୍‍କର୍ମ ପାଇଁ ସୁଖ୍ୟାତି ଅର୍ଜନ ଓ ଜନପ୍ରିୟ ହେବେ।

ଧନୁ: ଧୀର ବୁଦ୍ଧି-ସ୍ଥିର ଚିତ୍ତରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟରେ ପୂରା ସହଯୋଗ ମିଳିବ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।

ମକର: କାର୍ଯ୍ୟ ଧୀର-ମନ୍ଥର ଗତିରେ ଚାଲିବ। ମନ ବିଷାଦିତ ହୋଇପାରେ; ମାତ୍ର ନୀତିନିଷ୍ଠ ଭାବେ ଜନାଦୃତ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। ଖର୍ଚ୍ଚାନ୍ତ ଯୋଗ ଅଛି। ଶ୍ରେଷ୍ଠତାରେ ଆଞ୍ଚ ଆସିବ ନାହିଁ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମହତ୍‍ ଚିନ୍ତାଧାରା ନେଇ କାର୍ଯ୍ୟ ସମ୍ପାଦନ କରିବେ। ପରମ୍ପରାର ଟେକ ରଖିବେ।

ମୀନ: କର୍ମକ୍ଷେତ୍ର ସାମାନ୍ୟ ପରିମାଣର ଅର୍ଥଦାୟକ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ଧର୍ମକାର୍ଯ୍ୟରେ କୁଣ୍ଠିତ ନହୋଇ ଅଧିକ ବ୍ୟୟ କରିପାରନ୍ତି। ମିଠା କଥାରେ ପରକୁ ନିଜର କରିବେ।

Comments are closed.