www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ, ସ୍ୱେଛାସେବୀ କଲେ ସତ୍କାର

ବୌଦ୍ଧ: ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ସୁସ୍ଥ ହୋଇ ବହୁତ ଲୋକ ମଧ୍ୟ ଘରକୁ ଫେରି ସାରିଲେଣି। ଲକ୍ଷଣ ନଥିବା ବ୍ୟକ୍ତିମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଥିବାବେଳେ ଲକ୍ଷଣ ଥିଲେ କୋଭିଡ କେୟାର ସେଣ୍ଟର ଏବଂ ଗୁରୁତର ଅସୁସ୍ଥ ହେଲେ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଅଛି। ତେବେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଚିକିତ୍ସା ସଂପର୍କରେ ସୂଚନା ପାଇବା ପରେ ଲୋକଙ୍କ ମନରୁ କରୋନା ଭୟ କମ ହୋଇଥିଲେ ମଧ୍ୟ ସଂକ୍ରମଣକୁ ନେଇ ସାହି ବସ୍ତି ଗୁଡିକରେ ଅନେକ ପରିବାର ସମସ୍ୟାର ସମ୍ମୁଖିନ ହେଉଥିବା ଜଣାପଡିଛି। ତେବେ ବୌଦ୍ଧ ସହରର ଖିଲଆବଗିଚାରେ ଜଣେ ଯୁବକଙ୍କୁ କରୋନା ସନ୍ଦେହରେ ସାହିବାସୀନ୍ଦାମାନେ ଘରେ ପୁରାଇ ନଦେବା ପରେ ଶେଷରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେୀ ତାଙ୍କର ମୃତ୍ୟୁ ହୋଇଯିବା ପରେ ଘର ଲୋକ ଶବ ନେବାକୁ ମନା କରିଦେବାରୁ ପ୍ରଶାସନ ସ୍ୱେଛାସେବୀଙ୍କ ଜରିଆରେ ଶବ ସତ୍କାର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ଖଲିବଗିଚାର ଉଦ୍ଧବ କୁମାର ସାହୁ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହୋଇଆସୁଥିଲେ। କିଛିଦିନ ତଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ କରୋନା ପଜେଟିଭ ବାହାରିବାରୁ ତାଙ୍କୁ ସମ୍ବଲପୁର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କୋଭିଡ ହସପିଟାଲରେ ୮ ଦିନ ରହିବାପରେ ତାଙ୍କୁ ଆମ୍ବୁଲାନସ ଯୋଗେ ବୌଦ୍ଧ ଅଣାଯାଇଥିଲା। କିନ୍ତୁ ସାହିର ଲୋକମାନେ ତାଙ୍କୁ ଘରେ ପୁରାଇବାକୁ ମନା କରିବାରୁ ଗତକାଲି ରାତ୍ରିରେ ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ତାଙ୍କୁ ବୌଦ୍ଧ ପ୍ରଥମେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଭିଡ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଯିବାପରେ ପରିବାର ଲୋକ ଶବ ନେବାକୁ ମନା କରିଦେବା ଫଳରେ ପ୍ରଶାସନ ପକ୍ଷରୁ ଗଙ୍ଗାଧର ସ୍ୱେଛାସେବୀ ସଂଘଠନର ସଦସ୍ୟମାନଙ୍କ ସହାୟତାରେ ବୌଦ୍ଧ ଶ୍ୱଶାନ ଘାଟଠାରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା। ଏ ସଂପର୍କରେ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ତ୍ରିଲୋଚନ ପ୍ରଧାନଙ୍କୁ ପଚାରିବାରେ ସମ୍ବଲପୁରରୁ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ଅଣାଯାଇଥିଲା। କିନ୍ତୁ ପରିବାର ଲୋକ ତାଙ୍କୁ ଘରକୁ ପୁରାଇ ନଦେବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। କିନ୍ତୁ ପୂର୍ବରୁ ସେ ବହୁତ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହେବାପରେ ପରିବାର ଲୋକ ଶବ ନେବାକୁ ମନା କରିଦେବାରୁ ଶବ ସତ୍କାର ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories