www.samajalive.in
Sunday, December 14, 2025
23.1 C
Bhubaneswar

କୋରାପୁଟରେ ଅନ୍ତଃରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ ବୈଠକ; ନିର୍ବାଚନ ପରିଚାଳନା ରଣନୀତି ନେଇ ଆଲୋଚନା

ଜୟପୁର: ଆଗକୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସମୟରେ ଏହି ଦୁଇ ରାଜ୍ୟର ସୀମାନ୍ତରେ ମାଓବାଦୀ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ତେଣୁ ନିର୍ବାଚନକୁ କିପରି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇପାରିବ ସେ ନେଇ ଗୁରୁବାର କୋରାପୁଟ ଜିଲା ଜୟପୁରଠାରେ ଏକ ଅନ୍ତଃରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ ବୈଠକରେ ଅନୁଷ୍ଠିତ ହୋଇଛି। ନିର୍ବାଚନ ବେଳେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି। ଦୁଇ ରାଜ୍ୟରେ ନିର୍ବାଚନ ସମୟରେ ପୁଲିସ ପକ୍ଷରୁ କି ପ୍ରକାର ରଣନୀତି ଗ୍ରହଣ କରାଯିବ ସେନେଇ ବିଚାରବିମର୍ଶ ହୋଇଛି। ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ସମେତ ସୀମାନ୍ତ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ବରିଷ୍ଠ ପୋଲିସ ଅଧିକାରୀମା​ନେ ଯୋଗଦେଇଛନ୍ତି। ଛତିଶଗଡ଼ ଏବଂ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଜିଲାର ଏସପିମାନେ ବୈଠକରେ ଉପସ୍ଥିତ ଅଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories